ବିକଶିତ ବୃକ୍ଷର ବିକଳ୍ପ ନୁହେଁ ଚାରା:  ଦିଲ୍ଲୀ ହାଇକୋର୍ଟ

Advertisment
ବିକଶିତ ବୃକ୍ଷର ବିକଳ୍ପ ନୁହେଁ ଚାରା:  ଦିଲ୍ଲୀ ହାଇକୋର୍ଟ

DNA India

ନୂଆଦିଲ୍ଲୀ:  ଦିଲ୍ଲୀରେ ଏବେ ୬ଟି କଲୋନିର  ବିକାଶ କାର୍ଯ୍ୟକ୍ରମ ପାଇଁ ପାଖାପାଖି ୧୬,୫୦୦ ଗଛ କଟାଯିବା  ଯୋଜନା ରହିଛି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏହି କଲୋନିର ନବୀକରଣ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। ଏନ୍‌ବିସିସି (ନ୍ୟାସନାଲ୍‌ ବିଲ୍ଡିଙ୍ଗ୍‌ସ କନଷ୍ଟ୍ରକସନ୍‌ କର୍ପୋରେସନ୍‌) ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଆଜି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି।  ଯୋଜନା ପାଇଁ ଯଦି ୧୬,୫୦୦ ବଡ଼ ଗଛ କଟାଯିବ ତେବେ ଏହାର ସ୍ଥାନ କ’ଣ ଛୋଟ ଚାରା ନେଇପାରିବ କି ବୋଲି କୋର୍ଟ ପଚାରିଛନ୍ତି। ଗୋଟିଏ ପୂର୍ଣ୍ଣ ବିକଶିତ ବୃକ୍ଷ କିଭଳି ୧୦ଟି ଚାରା ସହ ସମାନ ହୋଇପାରିବ  ତାହା ଦିଲ୍ଲୀ ସରକାର ବର୍ଣ୍ଣନା କରିବା ଉଚିତ୍‌ ବୋଲି ହାଇକୋର୍ଟ କହିଛନ୍ତି।  ଆସନ୍ତା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ଗଛ କଟାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe