ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଏଲୋପାଥିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରନାହିଁ

ଏବେ ସଫ୍ଟୱେୟାର କମ୍ପାନୀ କିଣିବାକୁ ଅଣ୍ଟା ଭିଡ଼ିଲେଣି ବାବା ରାମଦେବ

Image Courtesy of Deccan Herald

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏଲୋପାଥିକୁ ନେଇ ବାବା ଲୋକଙ୍କୁ ଆଦୌ ବିଭ୍ରାନ୍ତ କରନ୍ତୁ ନାହିଁ । କୋର୍ଟ କହିଛନ୍ତି, ବାବା ରାମଦେବଙ୍କର ଅନେକ ଅନୁଗାମୀ ଅଛନ୍ତି ଏବଂ ସେମାନେ ତାଙ୍କ କଥାରେ ବିଶ୍ବାସ କରନ୍ତି। କିନ୍ତୁ ବାବା ରାମଦେବ ଏଲୋପାଥି ବିରୋଧରେ ଟିପ୍ପଣୀ ଦେଇ ସେମାନଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ। ବାବା ରାମଦେବ ପତଞ୍ଜଳିର ଉତ୍ପାଦ କରୋନିଲ୍‌ ସମର୍ଥନରେ କହିବା ସମୟରେ ଏଲୋପାଥି ବିରୋଧରେ ଟିପ୍ପଣୀ ରଖିଥିଲେ। ଏଲୋପାଥି ଔଷଧ ଯୋଗୁଁ ଅନେକ ଲୋକ କରୋନାରେ ମରି ଯାଉଛନ୍ତି ବୋଲି ରାମଦେବ କହିଥିବା ଅଭିଯୋଗ ହୋଇଥିଲା। ରାମଦେବଙ୍କର ଏହି ଟିପ୍ପଣୀକୁ ବିରୋଧ କରି କିଛି ଡାକ୍ତର ସଂଗଠନ ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ବାବା ରାମଦେବ ଏଲୋପାଥି ବିରୋଧରେ ଲୋକଙ୍କ ମଧ୍ୟରେ ଅପପ୍ରଚାର କରୁଛନ୍ତି ବୋଲି ଡାକ୍ତର ସଂଗଠନ କୋର୍ଟରେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe