Image Source: Hindustan Times
ନୂଆଦିଲ୍ଲୀ: ଶନିବାର ଠାରୁ କେତେକ ଦୋକାନ ଖୋଲିବା ପାଇଁ ଗୃହ ବ୍ୟାପାର ମନ୍ତ୍ରାଳୟର ଦେଇଥିବା ମଧ୍ୟରାତ୍ରୀ ଆଦେଶକୁ ଦିଲ୍ଲୀ ସରକାର ଲାଗୁ କରୁ ନାହାନ୍ତି। ଏପ୍ରିଲ୍ ୨୭ ତାରିଖ ଦିନ ଏକ ସାମଗ୍ରିକ ସମୀକ୍ଷା ପରେ ଯାଇ ସେ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଦିଲ୍ଲୀରେ ଲକ୍ଡାଉନ୍ କୋହଳ କରାଯିବା ପୂର୍ବରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଶୀର୍ଷସ୍ତରୀୟ କମିଟି ପରିସ୍ଥିତିର ସମୀକ୍ଷା କରିବ ବୋଲି ସମ୍ପୃକ୍ତ ଅଧିକାରୀଜଣକ କହିଛନ୍ତି।
Image Source: Hindustan Timesଜାତୀୟ ରାଜଧାନୀରେ ବହୁସଂଖ୍ୟକ କୋଭିଡ୍-୧୯ ଆକ୍ରାନ୍ତ ଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦେବା ନିମନ୍ତେ ସରକାର କୁଣ୍ଠାବୋଧ କରୁଥିବା କଥା ସେ ଜଣାଇଛନ୍ତି।
ମିଳିଥିବା ସୁଫଳତାକୁ ହାତଛଡ଼ା କରିବା ଅପେକ୍ଷା ପରିସ୍ଥିତି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଆବଶ୍ୟକ ବୋଲି ଅଧିକାରୀଜଣକ କହିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତରାତି ସୁଦ୍ଧା ଦିଲ୍ଲୀରେ ସମୁଦାୟ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨, ୫୧୪ରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮ଜଣ ଆକ୍ରାନ୍ତ ହୋଇଥିଲେ।
ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ଏବଂ ଛାଡ଼ି ଅଲଗା ହୋଇ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ସର୍ତ୍ତ ଥିଲା ଦୋକାନର କର୍ମଚାରୀ ସଂଖ୍ୟା ୫୦% କମ୍ ରହିବ। ସମସ୍ତେ ମାସ୍କ ପିନ୍ଧିବେ ଓ ଲୌକିକ ଦୂରତା ବଜାୟ ରଖିବେ।
Follow Us