ଦୁବାଇକୁ ପଛରେ ପକାଇ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ଏବେ ବିଶ୍ବର ଦ୍ବିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

Advertisment
ଦୁବାଇକୁ ପଛରେ ପକାଇ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ଏବେ ବିଶ୍ବର ଦ୍ବିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର

Image Courtesy of Zee News

ନୂଆଦିଲ୍ଲୀ: ଜାତୀୟ ଏବଂ ଅନ୍ତର୍ଜାତୀୟ ବିମାନ ଯାତାୟାତ ହିସାବରେ ଗତ ମାର୍ଚ ମାସରେ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ଦ୍ବିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର ହୋଇଥିବା କଥା ନିକଟରେ ପ୍ରକାଶିତ ‘ଅଫିସିଆଲ୍‌ ଏୟାର୍‌ଲାଇନ୍‌ ଗାଇଡ୍‌’ (ଓଏଜି) ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଆଟ୍‌ଲାଣ୍ଟା ବିଶ୍ବର ସବୁଠୁ ଅଧିକ ବ୍ୟସ୍ତବହୁଳ ବିମାନ ବନ୍ଦର ହୋଇଥିବା ବେଳେ ଦୁବାଇ ତୃତୀୟ ସ୍ଥାନରେ ରହିଛି। ଫେବ୍ରୁଆରି ମାସରେ ତୃତୀୟ ସ୍ଥାନରେ ଥିବା ଭାରତ ମାର୍ଚ ମାସରେ ଦୁବାଇକୁ ଟପି ଦ୍ବିତୀୟ ସ୍ଥାନକୁ ଆସିଛି।

ମହାମାରୀ ପୂର୍ବରୁ ମାର୍ଚ ୨୦୧୯ରେ ଦିଲ୍ଲୀ ବିମାନ ବନ୍ଦର ବିଶ୍ବର ୨୩ତମ ସ୍ଥାନରେ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏଥିରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ଚଳିତ ବର୍ଷ ମାର୍ଚ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ଆଟ୍‌ଲାଣ୍ଟା, ଭାରତର ଦିଲ୍ଲୀ ଏବଂ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌ରେ ଥିବା ଥିବା ବିମାନ ବନ୍ଦର ସବୁ ଯଥାକ୍ରମେ ୪.୪୨ ନିୟୁତ, ୩.୬୧ ନିୟୁତ ଏବଂ ୩.୫୫ ନିୟୁତ ଜନତା ପରିବହନ କରିଛନ୍ତି।

publive-image Image Courtesy of The Indian Nation

ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରର ‘ସିଇଓ’ ବିଦେଶ କୁମାର ଏକ ବିବୃତିରେ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ବିଶ୍ବକୁ ବିଶେଷ ପ୍ରଭାବିତ କରିଛି। ଗମନାଗମନ କଟକଣା ଭ୍ରମଣ ଓ ପର୍ଯ୍ୟଟନ କ୍ଷେତ୍ରକୁ କ୍ରମାଗତ ୨ ବର୍ଷ ଧରି ପ୍ରଭାବିତ କରିଥିଲା।

କିନ୍ତୁ, ଏବେ ସମଗ୍ର ବିଶ୍ବରେ ଟିକା ନେଇଥିବା ଜନତାଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ଦେଶର ସରକାର ଗମନାଗମନ କଟକଣା କୋହଳ କରି ଧୀରେ ଧୀରେ ସୀମାନ୍ତ ‌ଉନ୍ମୁକ୍ତ କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ମାସରେ ଭାରତ ତା’ର ସୀମାନ୍ତ ଖୋଲି ସମ୍ପୂର୍ଣ୍ଣ ଟିକା ଡୋଜ୍‌ ନେଇଥିବା ଆନ୍ତର୍ଜାତିକ ଭ୍ରମଣକାରୀମାନଙ୍କୁ ଦେଶ ମଧ୍ୟକୁ ଆସିବାକୁ ଅନୁମତି ଦେଇଥିଲା। ଏହି ପଦକ୍ଷେପ ଗମନାଗମନ ଓ ପର୍ଯ୍ୟଟନ କ୍ଷେତ୍ରକୁ ଖୁବ୍‌ ସହାୟକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe