ଇସଲାମାବାଦ:ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା କୂଟନୈତିକ ଏବଂ ସୀମା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ସମ୍ପ୍ରତି, ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ଠୋସ୍ ଚୁକ୍ତି ହୋଇପାରି ନଥିଲା। ଏହି ଆଲୋଚନା ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆଫଗାନିସ୍ତାନ ସମ୍ପର୍କରେ ଏକ କଡ଼ା ବିବୃତି ଜାରି କରିଥିଲେ ଏବଂ ଭାରତ ସମଗ୍ର ବିବାଦକୁ ପ୍ରଭାବିତ କରୁଥିବା ଅଭିଯୋଗ କରିଥିଲେ।
ଜିଓ ନ୍ୟୁଜ୍ କାର୍ଯ୍ୟକ୍ରମରେ କଥାବାର୍ତ୍ତା କରି ଖୱାଜା ଆସିଫ କହିଛନ୍ତି ଯେ, କାବୁଲରୁ ନିର୍ଦ୍ଦେଶ ପାଇବା ପରେ ଆଫଗାନ ଆଲୋଚନାକାରୀମାନେ ଚାରି କିମ୍ବା ପାଞ୍ଚ ଥର ଚୁକ୍ତିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଦାବି କରିଛନ୍ତି, ଯେତେବେଳେ ଆଲୋଚନା ସକାରାତ୍ମକ ଦିଗରେ ଅଗ୍ରସର ହେଉଛି, କାବୁଲରୁ ଏକ ଫୋନ ଆସୁଛି ଏବଂ ଆଫଗାନ ପ୍ରତିନିଧିମାନେ ସେମାନଙ୍କର ମତ ପରିବର୍ତ୍ତନ କରୁଛନ୍ତି।
କାବୁଲ ସରକାର ନିଷ୍ପତ୍ତି ନେଉ ନାହାନ୍ତି, ଭାରତ ଡୋର ଟାଣି କଣ୍ଢେଇ ନାଚ କରୁଛି
ଆସିଫ୍ କହିଛନ୍ତି, ଆମେ ଅନେକ ଥର ଏକ ଚୁକ୍ତିନାମାର ବହୁତ ନିକଟତର ହୋଇଥିଲୁ। ଗତ ସପ୍ତାହରେ ପ୍ରାୟ ସବୁକିଛି ଚୂଡ଼ାନ୍ତ ହୋଇଥିଲା, କିନ୍ତୁ ଆଲୋଚନାକାରୀମାନେ କାବୁଲକୁ ରିପୋର୍ଟ କରିବା ମାତ୍ରେ ହସ୍ତକ୍ଷେପ ହୋଇଥିଲା ଏବଂ ଚୁକ୍ତିନାମା ପ୍ରତ୍ୟାହାର କରିନିଆଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, କାବୁଲରେ ଯେଉଁମାନେ ପ୍ରକୃତରେ ନିଷ୍ପତ୍ତି ନିଅନ୍ତି ସେମାନେ ଦିଲ୍ଲୀର ନିୟନ୍ତ୍ରଣରେ ଅଛନ୍ତି। ଆସିଫ୍ କହିଛନ୍ତି, କାବୁଲରେ ସରକାର ଆଉ ନିଜସ୍ୱ ନିଷ୍ପତ୍ତି ନେଉ ନାହାନ୍ତି। ଭାରତ ଡୋର ଟାଣି ଏକ କଣ୍ଢେଇ ନାଚ ଚଲାଉଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭାରତ ଇସଲାମାବାଦ ବିରୁଦ୍ଧରେ "ପ୍ରକ୍ସି ଯୁଦ୍ଧ" ପାଇଁ ଆଫଗାନିସ୍ତାନକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛି। ସେ କହିଛନ୍ତି, ଭାରତ କାବୁଲ ମାଧ୍ୟମରେ ନିଜର ପଶ୍ଚିମ ସୀମାରେ ପରାଜୟର କ୍ଷତିପୂରଣ କରୁଛି। ସେଠାକାର ଅନେକ ଆଫଗାନିସ୍ତାନ ନେତା ଭାରତ ଗସ୍ତ କରିଛନ୍ତି ଏବଂ ଭାରତର ପ୍ରଭାବରେ ଅଛନ୍ତି।
ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ
ଖାୱାଜା ଆସିଫ କହିଛନ୍ତି, ଯଦି ଆଫଗାନିସ୍ତାନ ଇସଲାମାବାଦ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚେଷ୍ଟା କରେ, ତେବେ ପାକିସ୍ତାନ ୫୦ ଗୁଣା ଦୃଢ଼ ଜବାବ ଦେବ। ସେ କହିଛନ୍ତି, କାବୁଲ ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଭାରତ ଇସାରାରେ ନାଚୁଛି ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ:Ganja Smuggling: ୧୭ କୋଟି ଟଙ୍କାର ଗଂଜେଇ ଜବତ, ୩ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/29/delhi-is-controlling-the-kabul-government-pakistan-alleges-2025-10-29-18-51-05.jpg)