ଭୁଶୁଡ଼ି ପଡ଼ିଲା ସମାଧିସ୍ଥଳରେ ନିର୍ମିତ ହୋଇଥିବା କାନ୍ଥ; ଧ୍ବଂସାବଶେଷ ତଳେ ଚାପି ହୋଇ ୨ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ

Advertisment

ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳର ହରିନଗର ଗାଁ ପଛରେ ଥିବା ସମାଧିସ୍ଥଳର ୧୦୦ଫୁଟ ଲମ୍ବର କାନ୍ଥ ଭୁଶୁଡ଼ି ୭ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି।

ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳର ହରିନଗର ଗାଁ ପଛରେ ଥିବା ସମାଧିସ୍ଥଳର ୧୦୦ଫୁଟ ଲମ୍ବର କାନ୍ଥ ଭୁଶୁଡ଼ି ୭ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି।

New Project (22)

ନୂଆଦିଲ୍ଲୀ: ଶନିବାର ଅଗଷ୍ଟ ୯ତାରିଖ ରକ୍ଷାବନ୍ଧନକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ହରିନଗର ଗାଁ ପଛରେ ଥିବା ସମାଧିସ୍ଥଳରେ ଏକ ୧୦୦ଫୁଟ ଲମ୍ବର କାନ୍ଥ ନିର୍ମାଣ କରାଯାଇଥିଲା।  ଆଜି ସକାଳେ ହଠାତ କେହି କିଛି ବୁଝିବା ପୂର୍ବରୁ ଉକ୍ତ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ବସ୍ତି ଉପରେ ପଡ଼ିବା ଯୋଗୁଁ ଏହାର ଧ୍ବଂସାବଶେଷ ତଳେ ଅନେକଲୋକ ଚାପି ହୋଇଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟଲୋକ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ପୁଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ପୁଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ଯାଞ୍ଚ ଜାରି ରହିଛି।

କାନ୍ଥର ଧ୍ବଂସାବଶେଷ ତଳୁ ୮ ଜଣଙ୍କୁ ଉଦ୍ଧାର କରାଯାଇ ଏମ୍ସ ଟ୍ରମା ସେଣ୍ଟର ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ହସ୍ପିଟାଲରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଦୁଇ ମହିଳା ରୁବିନା (୨୫ ବର୍ଷ), ଡଲି (୨୫ ବର୍ଷ)ଏବଂ ଦୁଇ ଜଣ ଶିଶୁ ରୁଖସାନା (୬ ବର୍ଷ) ଏବଂ ହସିନା (୭ ବର୍ଷ)ଥିବା ଚିକିତ୍ସା  କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe