ଦିଲ୍ଲୀ ଓକିଲ-ପୁଲିସ୍‌ ସଂଘ‌ର୍ଷ ମାମଲା : ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Advertisment
ଦିଲ୍ଲୀ ଓକିଲ-ପୁଲିସ୍‌ ସଂଘ‌ର୍ଷ ମାମଲା : ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Zee News

ନୂଆଦିଲ୍ଲୀ : ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ ଗାଡି ପାର୍କିଂକୁ କେନ୍ଦ୍ର କରି ଗତକାଲି ପୁଲିସ୍‌ ଓ ଓକିଲଙ୍କ ମଧ୍ୟରେ ଘଟିଥିବା ସଂଘ‌ର୍ଷର ବିଚାର ବିଭାଗୀୟ ତଦନ୍ତ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ୍‌ପି ଗର୍ଗ ଏହି ତଦନ୍ତ କରିବେ ବୋଲି ମଧ୍ୟ କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ତଦନ୍ତ କାର୍ଯ୍ୟରେ ସିବିଆଇ ନିର୍ଦ୍ଦେଶକ, ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଓ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ କିମ୍ବା ସେହି ରାଙ୍କ୍‌ର ଅଧିକାରୀ ସହଯୋଗ କରିବେ। ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ହେବ ବୋଲି କୋର୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ଆଜି ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe