ଅନ୍‌ଲକ୍ ୩ରେ ହୋଟେଲ୍ ଓ ସାପ୍ତାହିକ ହାଟ ଖୋଲିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍

Advertisment
ଅନ୍‌ଲକ୍ ୩ରେ ହୋଟେଲ୍ ଓ ସାପ୍ତାହିକ ହାଟ ଖୋଲିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍

Image Courtesy of India Today

 ନୂଆଦିଲ୍ଲୀ: ଅନ୍‌ଲକ୍ ୩.୦‌ରେ ହୋଟେଲ୍‌ ଓ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦେବା ନିମନ୍ତେ ଆମ୍ ଆଦ୍‌ମି ପାର୍ଟି ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ଲେଫ୍‌ଟନାଣ୍ଟ୍‌ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଅଗ୍ରାହ୍ୟ କରିଛନ୍ତି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀରେ କୋଭିଡ୍-୧୯ ପରିସ୍ଥିତି ଭଲ ନାହିଁ ଏବଂ ବିପଦ ଟଳିବାକୁ ଅଧିକ ସମୟ ଲାଗିବ।

ଦିଲ୍ଲୀରେ ପୁଣି ହୋଟେଲ୍ ଖୋଲିବାକୁ ଗୁରୁବାର ଦିନ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ସାମାଜିକ ଦୂରତ୍ବ ଏବଂ କୋଭିଡ୍-୧୯ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ସହ ପରୀକ୍ଷାମୂଳକ ଭିତ୍ତିରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।

ଏହାଛଡ଼ା, ଅନ୍‌ଲକ୍-୩ ମାର୍ଗଦର୍ଶିକା ଆଧାରରେ ଜାତୀୟ ରାଜଧାନୀ ଅଞ୍ଚଳରେ ରାତ୍ର କର୍ଫ୍ୟୁର ଅବସାନ ଏବଂ ହୋଟେଲ୍ ଆଦି ଖୋଲିବାକୁ ଦିଲ୍ଲୀ ସରକାର ସ୍ଥିର କରିଥିଲେ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଶୁକ୍ରବାର ଦିନ ଦିଲ୍ଲୀରେ ୧, ୧୯୫ ନୂଆ କରୋନାଭାଇରସ୍ ମାମଲା ରେକର୍ଡ କରାଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧. ୩୫ ଲକ୍ଷରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୩, ୯୬୩ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe