ଦିଲ୍ଲୀରୁ ଉଠିଲା ସପ୍ତାହାନ୍ତ କର୍ଫ୍ୟୁ; ଜାରି ରହିବ ରାତିକର୍ଫ୍ୟୁ

Advertisment
ଦିଲ୍ଲୀରୁ ଉଠିଲା ସପ୍ତାହାନ୍ତ କର୍ଫ୍ୟୁ; ଜାରି ରହିବ ରାତିକର୍ଫ୍ୟୁ

ନୂଆଦିଲ୍ଲୀ: ଓମିକ୍ରନର ଦ୍ରୁତ ସଂକ୍ରମଣ ଉପରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଲାଗୁ କରା ଯାଇଥିବା ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇ ଦିଆଯିବ, ଏବଂ ରାତିର କର୍ଫ୍ୟୁ ଜାରି ରହିବ ବୋଲି (ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ) ଡିଡିଏମଏ ଅଧିକାରୀମାନେ କହିଛନ୍ତି।

ଗୁରୁବାର ଆୟୋଜିତ ହୋଇଥିବା ଡିଡିଏମଏ ବୈଠକରେ ଅଡ୍‌- ଇଭନ୍‌ ନିୟମ ପାଳନ ପୂର୍ବକ ଦୋକାନ ଖୋଲିବା ପାଇଁ ଆଲୋଚନା କରାଯାଇଛି। ପରବର୍ତ୍ତୀ ଡିଡିଏମଏ ବୈଠକରେ ବିଦ୍ୟାଳୟ ଖୋଲିବା ବିଷୟରେ ଆଲୋଚନା କରାଯିବ।

ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକ କିମ୍ବା ଧାର୍ଯ୍ୟ କ୍ଷମତାର ୫୦ ପ୍ରତିଶତ କ୍ଷମତା ପର୍ଯ୍ୟନ୍ତ ଅତିଥିଙ୍କୁ ଡାକିପାରିବା ପାଇଁ ଅନୁମ୍‌ତ ମିଳିଛି। ଅନ୍ୟପକ୍ଷରେ ବାର୍‌, ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍‌ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିପାରିବ। ସରକାରୀ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ।

କୋଭିଡ୍‌-୧୯ ପରିସ୍ଥିତିର ସମୀକ୍ଷା ଏବଂ ଜାତୀୟ ରାଜଧାନୀରେ ପ୍ରତିବନ୍ଧକ କୋହଳ କରିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ଏହି ସବୁ ନିଷ୍ପତ୍ତି ନିଆ ଯାଇଥିଲା। ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗତ ସପ୍ତାହରେ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଉପସ୍ଥିତି ସହିତ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲେ। ଡିଡିଏମଏ କିନ୍ତୁ ଘରୋଇ କାର୍ଯ୍ୟାଳୟଗୁଡ଼ିକୁ କାର୍ଯ୍ୟାଳୟ ସମୟ, ଉପସ୍ଥିତି ଏବଂ କର୍ମଚାରୀଙ୍କ ପରିମାଣକୁ ସ୍ଥିର କରିବାକୁ ପରାମର୍ଶ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe