ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପଡିଥିଲା ଦିଲ୍ଲୀ ଭୋଟ୍ । ଆଉ ଏହାପରେ ଆସିଥିଲା ଏକଜିଟ୍ ପୋଲ୍ । ଅଧିକାଂଶ ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା କୁହାଯାଉଛି, ହେଲେ ଏହି ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କେଜ୍ରିଓ୍ୱାଲ । ଏହାସହ ତାଙ୍କର କିଛି ନେତାଙ୍କ ପାଖକୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଛି । ଆଉ ସେମାନଙ୍କୁ ୧୫ କୋଟି ଲେଖାଏ ଟଙ୍କା ଦେଇ, ନିଜ ଦଳରେ ସାମିଲ କରିବାକୁ ବିଜେପି ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ୱାଲ ।