ଦୁର୍ନୀତି ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅଫିସ୍‌ର ଡେପୁଟି ସେକ୍ରେଟେରିଙ୍କୁ ନିଲମ୍ବନ କଲେ ଦିଲ୍ଲୀ ଉପରାଜ୍ୟପାଳ

Advertisment
ଦୁର୍ନୀତି ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅଫିସ୍‌ର ଡେପୁଟି ସେକ୍ରେଟେରିଙ୍କୁ ନିଲମ୍ବନ କଲେ ଦିଲ୍ଲୀ ଉପରାଜ୍ୟପାଳ

Image Courtesy of NDTV

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ବିନୟୀ କୁମାର ସାକ୍ସେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ କାର୍ଯ୍ୟାଳୟର ଡେପୁଟି ସେକ୍ରେଟେରି ଏବଂ ଦୁଇଜଣ ସବ୍‌ଡିଭିଜ୍‌ନାଲ୍‌ ମାଜି‌ଷ୍ଟ୍ରେଟ୍‌ଙ୍କୁ ବୁଧବାର ଦିନ ନିଲମ୍ବନ ଆଦେଶ ଦେଇଛନ୍ତି।

ସରକାରୀସୂତ୍ରରୁ ମିଳିଥିବା ବିବୃତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଡେପୁଟି ସେକ୍ରେଟେରି ପ୍ରକାଶଚନ୍ଦ୍ର ଠାକୁର, ବସନ୍ତ ବିହାର ଏସ୍‌ଡିଏମ୍‌ ହର୍ଷିତ ଜୈନ, ବିବେକ ବିହାର ଏସ୍‌ଡିଏମ୍‌ ଦେବେନ୍ଦର୍‌ ଶର୍ମାଙ୍କୁ ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦିଆଯାଇଛି।

ପୂର୍ବରୁ ସୋମବାର ଦିନ ଉପରାଜ୍ୟପାଳ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷର ଦୁଇଜଣ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ନିଲମ୍ବନ କରିଥିଲେ। କାଲ୍‌କାଜି ଏକ୍ସଟେନ୍‌ସନ୍‌ରେ ଦୁଇଟି ‘ଇଡବ୍ଲୁଏସ୍‌’ ଫ୍ଲାଟ୍‌ ନିର୍ମାଣରେ ତ୍ରୁଟିବିଚ୍ୟୁତି ଥିବା କାରଣରୁ ସେମାନଙ୍କୁ ନିଲମ୍ବନ କରାଯାଇଛି।

publive-image Image Courtesy of Daily Pioneer

ଜାତୀୟ ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ ଗତ ସପ୍ତାହରେ ଆୟୋଜିତ ବୈଠକରେ ଉପରାଜ୍ୟପାଳ ଅଧ୍ୟକ୍ଷତା କରିଥିଲେ। ବୈଠକରେ ତାଙ୍କୁ ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ତଥ୍ୟାବଳି ବିଶ୍ଳେଷଣ, ପ୍ରତିରକ୍ଷାମୂଳକ ପଦକ୍ଷେପ, ପ୍ରମୁଖ ଆହ୍ବାନ, ଗ୍ରହଣ କରାଯାଇଥିବା ସଂସ୍କାର ଅଥବା ଉପକ୍ରମ ଏବଂ ସେଥିରେ ଦିଲ୍ଲୀ ପୁଲିସ କମିସନର୍‌ଙ୍କ ପ୍ରଭାବ ବିଷୟରେ ଉପରାଜ୍ୟପାଳଙ୍କୁ ସଂକ୍ଷିପ୍ତଭାବେ ଅବଗତ କରାଯାଇଥିଲା।

ପୁଲିସ ଗ୍ରହଣ କରିଥିବା ପଦକ୍ଷେପ ସବୁକୁ ଦିଲ୍ଲୀ ଉପରାଜ୍ୟପାଳ ପ୍ରଶଂସା କରିଥିଲେ। ‘ସଫ୍ଟ୍‌ ସ୍କିଲ୍‌’ ବିକାଶ ପାଇଁ ଦିଲ୍ଲୀ ପୁଲିସ କର୍ମଚାରୀମାନଙ୍କୁ ନିୟମିତ ତାଲିମ ଦେବା ଉପରେ ମଧ୍ୟ ଉପରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe