ଦୀପାବଳି ରାତିରେ ୪୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପୁତୁରାକୁ ଗୁଳି କରି ହତ୍ୟା

ଦୀପାବଳି ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କ ଗୁଳିମ‌ାଡ଼ରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏବଂ ତାଙ୍କ ପୁତରାଙ୍କ ମୃତ୍ୟୁ ଘଟିିଛି।

 IndiaToday

ନୂଆଦିଲ୍ଲୀ: ଦୀପାବଳି ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କ ଗୁଳିମ‌ାଡ଼ରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏବଂ ତାଙ୍କ ପୁତରାଙ୍କ ମୃତ୍ୟୁ ଘଟିିଛି। ଉଭୟ ପୀଡ଼ିତ ନିଜ ଘର ବାହାରେ ଥିବା ବେଳେ ଦୁଇ ଜଣ ସଶସ୍ତ୍ର ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ବୋଲି ପୁଲିସ୍‌ କହିଛି। 

ସେମାନେ ଦୀପାବଳି ଉତ୍ସବ ପାଳନ କରୁଥିବା ବେଳେ ରାତି ପ୍ରାୟ ୮ ଟା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ପରିବାର ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ବ୍ୟକ୍ତିମାନେ ସ୍କୁଟରରେ ଆସି ପ୍ରଥମେ ପୀଡ଼ିତ ଆକାଶଙ୍କ ପାଦ ଛୁଇଁଥିଲେ ଓ ପରେ ଗୁଳି ଚଳାଇଥିଲେ।

ଏହି ଗୁଳିକାଣ୍ଡ ପରେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଜଣେ ‌ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି। 

ପୁଲିସ୍‌ କହିଛି ଯେ ରାତି ପ୍ରାୟ ୮.୩୦ ବେଳକୁ ପିସିଆର୍‌ କଲ୍‌ ପାଇବା ପରେ ଏକ ପୁଲିସ୍‌ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଟିମ୍‌ ଘଟଣାସ୍ଥଳରୁ ରକ୍ତ ଚିହ୍ନ ଦେଖିବାକୁ ପାଇଛି।

ପୀଡ଼ିତ ଆକାଶଙ୍କ ପତ୍ନୀ କହିଛନ୍ତି ଯେ ସେ ଆକ୍ରମଣକାରୀଙ୍କୁ ଜାଣିଛନ୍ତି ଏବଂ ଦୀର୍ଘ ବର୍ଷ ଧରି ଜମିକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଗଳିକାଣ୍ଡ ବିହାରୀ କଲୋନୀରେ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। 

ଏହି ଗୁଳିକାଣ୍ଡ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ବି ଏହାକୁ ନେଇ ପୁଲିସ୍‌ ଅଧିକ ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe