ହେଲମେଟ ପିନ୍ଧି ନଥିବାରୁ ଚାଲାଣ କାଟିଲା ପୁଲିସ, ରାଗରେ ବାଇକ୍ ଜାଳିଦେଲେ ଯୁବକ

ହେଲମେଟ ପିନ୍ଧି ନଥିବାରୁ ଚାଲାଣ କାଟିଲା ପୁଲିସ, ରାଗରେ ବାଇକ୍ ଜାଳିଦେଲେ ଯୁବକ

indiatimes.com

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ପରେ ଦେଶର ପ୍ରତି କୋଣ‌ରେ ଏ ନେଇ ବିବାଦ ଆରମ୍ଭ ହୋଇଥିଲା। ନିୟମ କଡ଼ା କଡ଼ି ହେବା ସହ ଲୋକଙ୍କ ଠାରୁ ଭାରି ଜରିମାନା ଆଦାୟ ହେବା ପରେ ଲୋକେ ଘରୁ ଗାଡ଼ି କଢ଼ିବାକୁ ଡ଼ରିଲେ। ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବେଳେ ଲୋକେ ନିୟମ ପାଳନ କରିବା ଆରମ୍ଭ କରିଥିଲେ।

କିନ୍ତୁ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଜଣେ ଯୁବକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ସାମ୍ନାକୁ ଆସିଛି। ବୁଧବାର ଘଟଣାଟି ଦିଲ୍ଲୀର ଗ୍ରେଟର କୈଲାଶ ଅଞ୍ଚଳରେ ଘଟିଥିବା ଜଣା ପଡ଼ିଛି। ହେଲମେଟ୍ ନ ପିନ୍ଧି ଜଣେ ଯୁବକ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ ପୁଲିସଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଯାହା ପରେ ଟ୍ରାଫିକ ପୁଲିସ ଯୁବକଙ୍କ ଚାଲାଣ କାଟିଥିଲେ। ହେଲେ ଚାଲାଣ କଟିବା ରାଗରେ ଯୁବକଜଣଙ୍କ ନିଜ ବାଇକରେ ନିଆଁ ଲଗାଇ ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

publive-image indiatimes.com

ବରିଷ୍ଠ ଟ୍ରାଫିକ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସଙ୍ଗମ ବିହାରରେ ରହୁଥିବା ବିକାଶ ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ତାଙ୍କର ଚାଲାଣ କଟିଥିଲା। ଏହା ପରେ ଟ୍ରାଫିକ ପୁଲିସ ତାଙ୍କ ଗାଡ଼ି ନେବା ପରେ ସେ ରାଗରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ବିକାଶକୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe