ପ୍ରତିଶୋଧ ନେବାକୁ ଗୋଟିଏ କାରରେ ନିଆଁ ଲଗାଇଥିଲେ, ଜଳିଗଲା ୨୦ କାର୍

Advertisment
ପ୍ରତିଶୋଧ ନେବାକୁ ଗୋଟିଏ କାରରେ ନିଆଁ ଲଗାଇଥିଲେ, ଜଳିଗଲା ୨୦ କାର୍

ନୂଆଦିଲ୍ଲୀ: ପ୍ରତିଶୋଧ ନେବାକୁ ଗୋଟିଏ କାରରେ ନିଆଁ ଲଗାଇଥିଲେ, ଜଳିଗଲା ୨୦ଟି କାର୍। ଦିଲ୍ଲୀର ସୁବାଷ ନଗର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ସମସ୍ତେ ଶୋଇଥିବା ବେଳେ ଅଭିଯୁକ୍ତ ଆସି ପାର୍କ ହୋଇଥିବା କାରରେ ନିଆଁ ଲଗାଇଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ୨୦ଟି କାର ଜଳି ପାଉଁଶ ହୋଇଯିବ। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ୟଶ ଆରୋରା(୨୩)କୁ ଗିରଫ କରିଛି।

ଗିରଫ ପରେ ୟଶ ପୁଲିସକୁ କହିଛି ଯେ, ତାଙ୍କର ଏରଟିଗା କାର୍ ମାଲିକ ଈଶାନଙ୍କ ସହ ଶତ୍ରୁତା ଥିଲା। ପ୍ରତିଶୋଧ ନେବାକୁ ସେ ଘଟଣା ଦିନ ନିଜ କାରରେ ଯାଇ ପାର୍କ ହୋଇଥିବା ଏରଟିଗା କାର୍ ଟାୟାରରେ ନିଆଁ ଲଗାଇଥିଲେ। କାରରେ ନିଆଁ ଲାଗିବା ପରେ ସେ ସେଠାରୁ ଚାଲିଆସିଥିଲେ। ଏରଟିଗା କାର୍ ଜଳି ପାଉଁଶ ହେବା ପରେ ପାଖରେ ଥିବା ଅନ୍ୟ ୨୦ଟି କାର୍ ଜଳି ପାଉଁଶ ହୋଇଯାଇଥିଲା।

ଦିଲ୍ଲୀର ସୁବାଷ ନଗର ଅଞ୍ଚଳରେ ଘଟିଥିବା ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାରୀମାନଙ୍କୁ ଭୋର ୪ଟା ୩୦ରେ ଖବର ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୭ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe