ନୂଆଦିଲ୍ଲୀ: ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦିଲ୍ଲୀର ମଙ୍ଗୋଲ୍ପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କୁ ବଳପୂର୍ବକ କ୍ୟାବ୍ରେ ବସାଉଥିବାର ୧୭ ସେକେଣ୍ଡ୍ର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜାତୀୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ବିଷୟରେ ଜନସାଧାରଣ ଚିନ୍ତା ପ୍ରକଟ କରିଥିଲେ। ଏହି ଭିଡିଓକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବା ପରେ ଏବେ ପୀଡ଼ିତା ଯୁବତୀ ମୁହଁ ଖୋଲିଛନ୍ତି।
indiatodayବଳପୂର୍ବକ କ୍ୟାବ୍ରେ ବସାଉଥିବା ଯୁବକ ତାଙ୍କ ଭାବିସ୍ବାମୀ ଓ ଭୁଲ ବୁଝାମଣା ପାଇଁ ଏଭଳି ହୋଇଥିବା କହିଛନ୍ତି ପୀଡ଼ିତା। ଭିଡିଓରେ ଥିବା ପୀଡ଼ିତା ବର୍ତ୍ତମାନ ଘଟଣା ବିଷୟରେ ଜଣାଇ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି, “ଏହି ଘଟଣା ମୋର ଏବଂ ମୋ ଭାବିସ୍ବାମୀଙ୍କ ମଧ୍ୟରେ ହୋଇଥିବା ଭୁଲ ବୁଝାମଣା ହେତୁ ଘଟିଥିଲା। ଆମର ବ୍ୟକ୍ତିଗତ କାରଣ ପାଇଁ ଝଗଡା ହୋଇଥିଲା, ପରେ ଆମେ ଝଗଡ଼ାର ସମାଧାନ କରିଥିଲୁ। ମହିଳାମାନଙ୍କ ସୁରକ୍ଷା ପାଇଁ ୨୪ଘଣ୍ଟା ଉପଲବ୍ଧ ଥିବାରୁ ମୁଁ ଦିଲ୍ଲୀ ପୁଲିସକୁ ଧନ୍ୟବାଦ ଦେବାକୁ ଚାହୁଁଛି।"
Follow Us