ସିଏଏ ନିଆଁ : ଅଧିକସଂଖ୍ୟକ ପୁଲିସ ମୁତୟନ କରାଯିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି: ଅରବିନ୍ଦ କେଜ୍ରିୱାଲ୍‌

ହିଂସାରେ ସଂପୃକ୍ତ ରାଜନୈତିକ ଦଳର ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦିଆଯାଉ : କେଜ୍ରିଓ୍ଵାଲ

image source--navbharattimes

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ସିଏଏ ନିଆଁ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା।
ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି ଯେ ଦିଲ୍ଲୀରେ ଶାନ୍ତି ବଜାୟ ରଖିବା ଲାଗି ସବୁ ଦଳ ମିଳିତଭାବେ ଆଗେଇ ଆସିବା ଉଚିତ। ଅଧିକସଂଖ୍ୟକ ପୁଲିସ ମୁତୟନ କରାଯିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କୁ ଆଶ୍ବାସନା ଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ପରେ ସଂଘଠିତ ଭୟଙ୍କର ସଂଘର୍ଷରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏଥିରେ ଗତକାଲି ଦିଲ୍ଲୀ ପୁଲିସର ହେଡ୍ କନେଷ୍ଟବଳ ରତନ ଲାଲଙ୍କର ମୃତ୍ୟୁ ହୋଇଥିଲା।

publive-image India Today

ଆଜି ସକାଳେ ମୌଜପୁର ଏବଂ ବ୍ରହ୍ମାପୁରୀ ଅଞ୍ଚଳରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପଥର ମାଡ଼ ଚାଲିଥିଲା। ଠିକ୍ ସେହିପରି ଉତ୍ତର ପୂର୍ବ ଦିଲ୍ଲୀର ମୌଜାପୁର, ଗୋକୁଳପୁରୀ ଅଞ୍ଚଳରେ ପୁଣି ୫ଟି ବାଇକରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏପରିକି ନିଆଁ ଲିଭାଉଥିବା ଅଗ୍ନିଶମବାହିନୀ କର୍ମଚାରୀଙ୍କୁ ବି ଆକ୍ରମଣ ହୋଇଥିବା ଜଣାଯାଇଛି । ପରିସ୍ଥିତିକୁ ନଜରରେ ରଖି ୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରିଛି ପ୍ରଶାସନ । ଏହାଛଡ଼ା ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ଏବଂ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe