ପୁଣି ଗୃହରେ ‘ଆପ୍‌’-‘ବିଜେପି’ ସଂଘର୍ଷ; ତୃତୀୟ ଥର ପାଇଁ ଦିଲ୍ଲୀ ମେୟର୍‌ ନିର୍ବାଚନ ବିଫଳ

Advertisment
ପୁଣି ଗୃହରେ ‘ଆପ୍‌’-‘ବିଜେପି’ ସଂଘର୍ଷ; ତୃତୀୟ ଥର ପାଇଁ ଦିଲ୍ଲୀ ମେୟର୍‌ ନିର୍ବାଚନ ବିଫଳ

Image Courtesy of India Today

ନୂଆଦିଲ୍ଲୀ: ଆଜି ମୁନିସ୍‌ପାଲ୍‌ ହାଉସ୍‌ରେ ପୁଣି ଶାସକ ଦଳ ‘ଆପ୍‌’ ଓ ବିରୋଧୀ ଦଳ ‘ବିଜେପି’ ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଦିଲ୍ଲୀ ମେୟର୍‌ ନିର୍ବାଚନ ନିମନ୍ତେ ହେବାକୁ ଥିବା ମତାଦନ ବିଫଳ ହୋଇଛି।

ସୂଚନାଯୋଗ୍ୟ, ଏହାକୁ ମିଶାଇ ନୂଆ ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଦେବା ପ୍ରୟାସ କ୍ରମାଗତ ୩ଥର ବିଫଳ ହେଲାଣି।

ଭୋଟ୍‌ ଦାନ ଅଧିକାର ପ୍ରସଙ୍ଗରେ ‘ଆପ୍‌’ ସଦସ୍ୟମାନେ ପ୍ରତିବାଦ ପ୍ରବଳ କରିବାରୁ ଡିସେମ୍ବର ୪ ତାରିଖ ମୁନିସ୍‌ପାଲ୍‌ ନିର୍ବାଚନ ପରେ ଆଜି ତୃତୀୟ ଥର ପାଇଁ ଆହୂତ ଗୃହର କାର୍ଯ୍ୟରେ ବ୍ୟାଘାତ ହୋଇଥିଲା।

publive-image Image Courtesy of Asianet Newsable

ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯିବା ଫଳରେ ଆଜି ପୁଣି ଥରେ ମେୟର୍‌ ନିର୍ବାଚନ ବାତିଲ ହେଲା।

ସୂଚନାଯୋଗ୍ୟ, ‘ବିଜେପି’ ଓ ‘ଆପ୍‌’ ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଜାନୁଆରି ୬ ଓ ଜାନୁଆରି ୨୪ ତାରିଖରେ ଆହୂତ ପ୍ରଥମ ଦୁଇଟି ଅଧିବେଶନ ମଧ୍ୟ ମୁଲତବୀ ରଖାଯାଇଥିଲା।

‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌ ଆକ୍ଟ୍‌ ୧୯୫୭ ଅନୁସାରେ, ପୌର ନିର୍ବାଚନ ପରେ ଆହୂତ ଗୃହର ପ୍ରଥମ ଅଧିବେଶନରେ ହିଁ ମେୟର୍‌ ଓ ଡେପୁଟି ମେୟର୍‌ ନିର୍ବାଚିତ ହେବା କଥା। କିନ୍ତୁ, ପୌର ନିର୍ବାଚନ ହେବାର ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଦିଲ୍ଲୀ ମେୟର୍‌ ନିର୍ବାଚନ ହୋଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe