କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ ନିର୍ବାଚନର ୨୫୦ ୱାର୍ଡର ଭୋଟ୍‌ ଗଣନା ଆରମ୍ଭ

Advertisment
କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ ନିର୍ବାଚନର ୨୫୦ ୱାର୍ଡର ଭୋଟ୍‌ ଗଣନା ଆରମ୍ଭ

Image Courtesy of NDTV

ନୂଆଦିଲ୍ଲୀ: ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୪୨ଟି କେନ୍ଦ୍ରରେ ଦିଲ୍ଲୀ ନଗର ନିଗମ ଅନ୍ତର୍ଗତ ୨୫୦ଟି ୱାର୍ଡର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ପ୍ରଥମେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲଟ୍‌। ସକାଳ ୯ଟା ବେଳେ ଆରମ୍ଭ ହେବ ‘ଇଭିଏମ୍‌’ ଭୋଟ୍‌ ଗଣନା।

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ସମ୍ପ୍ରତି ‘ଆପ୍‌’ ୧୦୦ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଜେପି’ ୮୨ଟି ଆସନରେ ଅଗ୍ରଣୀ ରହିଛି। କଂଗ୍ରେସ ମାତ୍ର ୭ଟି ଆସନରେ ଅଗ୍ରଣୀ ରହିଛି।

publive-image Image Courtesy of India Today

ଜାତୀୟ ରାଜଧାନୀର ଶାସ୍ତ୍ରୀ ପାର୍କ, ଯମୁନା ବିବହାର, ମୟୂର ବିହାର, ନନ୍ଦ ନଗରୀ, ଦ୍ବାରକା, ଓଖ୍‌ଲା, ମଙ୍ଗୋଲ୍‌ପୁରୀ, ପୀତମ୍‌ପୁରା, ଅଲିପୁର ଏବଂ ମଡେଲ୍‌ ଟାଉନ୍‌ ଆଦି ଅଞ୍ଚଳରେ ଏହି ଗଣନା‌ କେନ୍ଦ୍ର ସବୁ ସ୍ଥାପନ କରାଯାଇଛି। ପ୍ରତି ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ପ୍ରଥମ ୨ଟି ସୁରକ୍ଷା ବଳୟରେ ପାରାମିଲିଟାରି ଫୋର୍ସ ରହିଛନ୍ତି। ତୃତୀୟ ବଳୟରେ ପହରା ଦେଉଛି ମହିଳା ପୁଲିସ କର୍ମଚାରୀଙ୍କ ସମେତ ଦିଲ୍ଲୀ ପୁଲିସ। ଫଳାଫଳ ଘୋଷଣା କରାଯିବା ପର୍ଯ୍ୟନ୍ତ ସେମାନେ ଉପସ୍ଥିତ ରହିବେ।

ସୂଚନା‌ଯୋଗ୍ୟ, ଆଜିର ଫଳାଫଳ ଦିବସ ନିମନ୍ତେ ‘ଆପ୍‌’ ‘ଅଚ୍ଛେ ହୋଙ୍ଗେ ୫ ସାଲ୍‌, ‘ଏମ୍‌ସିଡି’ ମୈଁ ଭି କେଜ୍ରିୱାଲ୍‌’ ସ୍ଲୋଗାନ୍‌ ଲେଖା ଥିବା ନୂଆ ପୋଷ୍ଟର୍‌ ଲାଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe