ଆଜି ଦିଲ୍ଲୀ ଏମ୍‌ସିଡି ନିର୍ବାଚନ; ୧୩,୬୩୮ ବୁଥ୍‌, ୧ ଲକ୍ଷ କର୍ମଚାରୀ ମୁତୟନ

Advertisment
ଦିଲ୍ଲୀ ମେୟର ନିର୍ବାଚନ ୩୦ରେ ହୋଇପାରେ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଏମ୍‌ସିଡି ନିର୍ବାଚନ। ଦିଲ୍ଲୀର ରାଜ୍ୟ ନିର୍ବାଚନ କମିସନ୍‌ ଏମ୍‌ସିଡି ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୧୩,୬୩୮ ମତଦାନ କେନ୍ଦ୍ରରେ ପ୍ରାୟ ୧ ଲକ୍ଷ କର୍ମଚାରୀ ମୁତୟନ ହୋଇଛନ୍ତି। ୨୫୦ ଏମ୍‌ସିଡି ୱାର୍ଡ ପାଇଁ ଆଜି ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ରେ ଶେଷ ହେବ। ଡିସେମ୍ବର ୭ରେ ଭୋଟ୍‌ ଗଣତି ଏବଂ ଏହି ସମାନ ଦିନ ଫଳାଫଳ ଆସିବ।

ଅଧିକାରୀଙ୍କ ଅନୁଯାୟୀ ପ୍ରାୟ ୧.୪୬ କୋଟି ଭୋଟର ମତଦାନ କରିବାପାଇଁ ଯୋଗ୍ୟ ବିବେଚିତ। ସମସ୍ତ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୬୮ଟି ମଡେଲ ପୋଲିଂ ଷ୍ଟେସନ୍‌ ଏବଂ ୬୮ ପିଙ୍କ୍‌ ଷ୍ଟେସନ୍‌ ସ୍ଥାପନ ହୋଇଛି। ଏକ ସୁରକ୍ଷିତ ଏବଂ ସୁନ୍ଦର ଭୋଟିଂ ଅଭିଜ୍ଞତା ପାଇଁ ନିର୍ବାଚନ କମିସନ୍‌ ସବୁ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିସନର ବିଜୟ ଦେବ କହିଛନ୍ତି। ଏମ୍‌ସିଡି ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ହୋଲସେଲ୍ ଏବଂ ରିଟେଲ ବଜାର ବନ୍ଦ ରହିବ। ନିର୍ବାଚନ ପାଇଁ ଦିଲ୍ଲୀରେ ସମସ୍ତ ସରକାରୀ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe