ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ଏକ କୋଚ୍ର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମେଟ୍ରୋରେ ମହିଳାଙ୍କ ପାଇଁ ଥିବା ରିଜର୍ଭ ସିଟ୍ ଉପରେ ଏକ କଣ୍ଡମର ବିଜ୍ଞାପନ ଦେଖିବାକୁ ମିଳିଛି। ବିଜ୍ଞାପନରେ ଦୃଶ୍ୟମାନ ହୋଇଥିବା ଫଟୋ ସଭିଙ୍କ ଦୃଷ୍ଟିକୁ ଆସୁଥିବା ବେଳେ ଲୋକେ ଏହି ବିଜ୍ଞାପନଟିକୁ ଖୁବ୍ ନିନ୍ଦା କରିଛନ୍ତି।
ଏହି ଫଟୋଟିକୁ ଲୋକମାନେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସେୟାର କରି ଏହାକୁ ସମାଲୋଚନା କରିଛନ୍ତି। ଲୋକେ ଫଟୋଟିକୁ ସେୟାର୍ କରି ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି)କୁ ଟାର୍ଗେଟ କରି ନିଜ ନିଜର ମତ ରଖିଛନ୍ତି। ସେଠାରେ କିଛି ଲୋକ ଏଥିରେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ ନିଜର ମତ ରଖିଛନ୍ତି।
ଟ୍ବିଟର୍ରେ ଏହି ଫଟୋ ସେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦିଲ୍ଲୀ ମେଟ୍ରୋର ଏହି ଟ୍ରେନ୍ ବିଜ୍ଞାପନରେ ଭରି ହୋଇଛି। ଯାହାକି ଯାତ୍ରୀମାନଙ୍କ ପାଇଁ ଖୁବ୍ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ଏହି ପୋଷ୍ଟ୍ରେ ନିଜର ପ୍ରତିକ୍ରିୟା ରଖି ଜଣେ ବ୍ୟବହାରକାରୀ କହିଛନ୍ତି, ‘ଏଥିରେ ଲାଜ କରିବାର କ’ଣ ଅଛି? କୌଣସି ବି ଜିନିଷକୁ ଦେଖିବାର ୨ଟି ତରିକା ଥାଏ।
ଏହି କଣ୍ଡୋମ ବିଜ୍ଞାପନ ଦେଖି ଡିଏମ୍ଆର୍ସି ଉପରେ ପ୍ରଶ୍ନ ଉଠାଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କେବଳ ଟଙ୍କାରେ ମତ୍ଲବ୍ ରହିବା ଉଚିତ ନୁହେଁ। ସମାଜ ପ୍ରତି ଆପଣଙ୍କର ଦାୟିତ୍ବବୋଦ୍ଧ ରହିଛି। ଯାହାକୁ ଟଙ୍କାଠାରୁ ଉପରେ ରଖି ନିଭାଇବା ଉଚିତ। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି ବିଜ୍ଞାପନକୁ ହଟାନ୍ତୁ। ଫଳରେ ମହିଳା ଯାତ୍ରୀ ଯାତ୍ରା କରିବା ବେଳେ ସହଜ ଅନୁଭବ କରିବେ।’
Follow Us