ଦିଲ୍ଲୀର ନାବାଳିକା ହତ୍ୟାକାଣ୍ଡ: ସାକ୍ଷୀକୁ ଆମେ ପାଠପଢ଼ାରେ ମନ ଦେବାକୁ କହୁଥିଲୁ: ପିତା

Advertisment
ଦିଲ୍ଲୀର ନାବାଳିକା ହତ୍ୟାକାଣ୍ଡ: ସାକ୍ଷୀକୁ ଆମେ ପାଠପଢ଼ାରେ ମନ ଦେବାକୁ କହୁଥିଲୁ: ପିତା

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅନ୍ତର୍ଗତ ଶାହବାଦ ଡାଇରି ଅଞ୍ଚଳରେ ୨୦ ବର୍ଷୀୟ ସାହିଲ ସାକ୍ଷୀ ନାମ୍ନୀ ୧୬ ବର୍ଷୀୟା ବାନ୍ଧବୀକୁ ୨୧ ଥର ଛୁରି ଭୁଷି ଓ ୫ ଥର ପଥରରେ ଛେଚି ହତ୍ୟା କରିଥିଲା। ସାହିଲ ସହ ବର୍ଷେ ହେଲା ସେ ସମ୍ପର୍କ ରଖିଥିଲା ବୋଲି ଏଫ୍‌ଆଇଆର୍‌ରେ ସାକ୍ଷୀର ବାପା ଉଲ୍ଲେଖ କରିଛନ୍ତି।

ସାକ୍ଷୀର ବାପା କହିଛନ୍ତି- ମୋ ଝିଅ ଅନେକ ସମୟରେ ଆମ ଆଗରେ ସାହିଲ କଥା କହୁଥିଲା। ଆମେ ତାକୁ ବୁଝାଉଥିଲୁ- ତୁ ଏବେ ଛୋଟ ପିଲା। ପୁଅପିଲା ସାଙ୍ଗ ଛାଡ଼ି ତୁ ପାଠପଢ଼ାରେ ମନ ଦେ। ଆମ କଥା ଶୁଣି ସେ ରାଗିଯାଇ ତା’ର ସାଙ୍ଗ ନୀତୁ ଘରକୁ ପଳାଉଥିଲା। ଗତ ୧୦ ଦିନ ହେଲା ସେ ନୀତୁ ସାଙ୍ଗରେ ରହୁଥିଲା। ସାହିଲ ତାକୁ ଛୁରି ଓ ପଥରରେ ଆକ୍ରମଣ କରିଥିବା ବିଷୟରେ ସେହି ରାତିରେ ନୀତୁ ଆସି ତାଙ୍କୁ ଖବର ଦେଇଥିଲା।

ସାକ୍ଷୀର ବାପାଙ୍କ କହିବା ଅନୁସାରେ ହତ୍ୟାକାଣ୍ଡର ପୂର୍ବଦିନ ସାହିଲ ତାଙ୍କ ଝିଅ ସାକ୍ଷୀ ସହ ଝଗଡ଼ା କରିଥିଲା। ନୀତୁଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାକ୍ଷୀର ମୃତ୍ୟୁ ହୋଇସାରିଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାକ୍ଷୀର ବାପା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe