ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ: ୫୪ହଜାର ବଦଳରେ ୯୦ହଜାର କରିବା ପାଇଁ ପ୍ରସ୍ତାବ

Advertisment
ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ: ୫୪ହଜାର ବଦଳରେ ୯୦ହଜାର କରିବା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧିକୁ ନେଇ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ନିଷ୍ପତ୍ତି ମୁତାବକ, ଏଣିକି ଦିଲ୍ଲୀର ଜଣେ ବିଧାୟକ ମାସକୁ ୯୦ହଜାର ଟଙ୍କା ପାଇବେ। ଯେଉଁଥିରେ ବତେନ ଓ ଭତ୍ତା ସାମିଲ ଥିବ। ଦିଲ୍ଲୀ କ୍ୟାବିନେଟ ମଙ୍ଗବଳାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ଦିଲ୍ଲୀ କ୍ୟାବିନେଟ ମୁତାବକ, ଏଣିକି ବିଧାୟକଙ୍କ ପ୍ରତି ମାସର ବେତନ ୩୦ହଜାର ଟଙ୍କା ହେବ। ପୂର୍ବରୁ ଏହା ୧୨ହଜାର ଟଙ୍କା ଥିଲା।  ଏଣିକି ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ମିଶାଇ ସେମାନଙ୍କୁ ୯୦ହଜାର ଟଙ୍କା ପ୍ରତି ମାସରେ ମିଳିବ। ଯାହାକି ଏଯାବତ ବେତନ-ଭତ୍ତା ମିଶାଇ ୫୪ହଜାର ଟଙ୍କା ରହିଥିଲା।

ସୂଚନାଯୋଗ୍ୟ, ୨୦୧୫ରେ ଦିଲ୍ଲୀ ସରକାର ବେତନ ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ ବିଧାନସଭାରେ ପାସ କରାଇ କେନ୍ଦ୍ର ସରକାରଙ୍କୁ ନିକଟକୁ ପଠାଇଥିଲେ ହେଲେ କେନ୍ଦ୍ର ସରକାର ଏହାକୁ ସ୍ବୀକାର କରି ନଥିଲେ। ସେତେବେ‌ଳେ କେନ୍ଦ୍ରସରକାର ବିଧାୟକଙ୍କ ବେତନ ଓ ଭତ୍ତା ବୃଦ୍ଧିକୁ ନେଇ ପ୍ରସ୍ତାବ ଦେଇଥିଲେ। ଏହାକୁ ଆଧାର କରି ଦିଲ୍ଲୀ ସରକାର ବିଧାୟକଙ୍କ ବେତନ-ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe