Image Courtesy of Hindustan Times
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ୍ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ମୋଦୀ କହିଛନ୍ତି, କରୋନା ମହାମାରୀ ନେଇ ଲଗାତାର ସଚେତନ ବାର୍ତ୍ତା ପ୍ରସାର ହେବା ଉଚିତ ଏବଂ କରୋନା ସଂକ୍ରମଣ ରୋକିବା ଉପରେ ଲଗାତାର ଗୁରୁତ୍ବ ଦିଆଯିବା ଆବଶ୍ୟକ। ସାର୍ବଜନୀନ ସ୍ଥଳଗୁଡ଼ିକରେ ସାମାଜିକ ସଂସ୍କାର ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ବଜାୟ ରହିବା ଦରକାର। ବିଭିନ୍ନ ରାଜ୍ୟରେ କିଭଳି କରୋନା ମୁକାବିଲା କରାଯାଉଛି ଏବଂ କରୋନା ସ୍ଥିତି କିଭଳି ରହିଛି ସେନେଇ ଆଜିର ବୈଠକରେ ମୋଦୀ ଅବଗତ ହୋଇଛନ୍ତି।
ତେବେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ ବୋଲି ମୋଦୀ ଚେତାଇ ଦେଇଛନ୍ତି। ଆଜିର ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ , ନିତି ଆୟୋଗ ସଦସ୍ୟ , କ୍ୟାବିନେଟ୍ ସଚିବ ଏବଂ ଅନ୍ୟ ବରିଷ୍ଠ ଅମଲାମାନେ ଉପସ୍ଥିତ ଥିଲେ। ଦିଲ୍ଲୀରେ କରୋନା ମୁକାବିଲା ଦିଗରେ କେନ୍ଦ୍ର, ରାଜ୍ୟ ଏବଂ କିଛି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ମୋଦୀ ପ୍ରଶଂସା କରିଛନ୍ତି। ସେହିପରି ସମଗ୍ର ଏନ୍ସିଆର ଅଞ୍ଚଳ ଏବଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସମାନ କାର୍ଯ୍ୟପନ୍ଥା ଗ୍ରହଣ ହେବା ଉଚିତ୍ ବୋଲି ମୋଦୀ କହିଛନ୍ତି। ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ଦିଲ୍ଲୀରେ କୋଡିଭ୍ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ବିଭିନ୍ନ ଯୋଜନା ଯୁଦ୍ଧକାଳୀନ ସ୍ଥିତିରେ କାର୍ଯ୍ୟକାରୀ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/07/pm-modi-1.jpg)