Delhi-Mumbai Expressway: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଲଟିଛି ମରଣ ଯନ୍ତା: ଦୁର୍ଘଟଣାରେ ୪ ମୃତ

Advertisment

ରାଜସ୍ଥାନର ଦୌସା ଜିଲ୍ଲାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପାପଡା ପୁଲିସ ଷ୍ଟେସନ ଅଞ୍ଚଳର ପିଲର ନମ୍ବର ୧୯୩ ନିକଟରେ ଏହା ଘଟିଛି।

ରାଜସ୍ଥାନର ଦୌସା ଜିଲ୍ଲାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପାପଡା ପୁଲିସ ଷ୍ଟେସନ ଅଞ୍ଚଳର ପିଲର ନମ୍ବର ୧୯୩ ନିକଟରେ ଏହା ଘଟିଛି।

Expressway

Delhi-Mumbai Expressway Photograph: (sambad.in)

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପାପଡା ପୁଲିସ ଷ୍ଟେସନ ଅଞ୍ଚଳର ପିଲର ନମ୍ବର ୧୯୩ ନିକଟରେ ଏହା ଘଟିଛି। କୌଣସି ଅଜଣା ଦ୍ରୁତଗାମୀ ଗାଡ଼ି ଏକ କାର୍‌କୁ ଧକ୍କା ଦେଇଛି। ଅଜଣା ଗାଡ଼ି ସମ୍ଭବତଃ ଏକ ଟ୍ରକ୍ କିମ୍ବା ଭାରୀ ଯାନ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ପରେ କାର୍‌ଟି ବହୁ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିବାରୁ ପରିଚୟ ମିଳିପାରିନି

ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର୍ ସମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ କାର୍ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ପଛରୁ ଦ୍ରୁତ ଗତିରେ ଆସୁଥିବା ଅଜଣା ଗାଡ଼ି କାର୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଥଚାରୀମାନେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇବା ମାତ୍ରେ ପାପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଦଳ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଦୌସା ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ। ମୃତକଙ୍କ ମୃତଦେହକୁ ହସ୍ପିଟାଲକୁ ଅଣାଯାଇ ପୋଷ୍ଟମର୍ଟମ କରାଯାଇଥିଲା। ପୁଲିସ କହିଛି, ମୃତଦେହଗୁଡ଼ିକ ଖଣ୍ଡ ବିଖଣ୍ଡ ହୋଇଯାଇଥିବାରୁ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ହିଟ୍-ଏଣ୍ଡ-ରନ୍ ମାମଲା

ଏହି ହିଟ୍-ଏଣ୍ଡ-ରନ୍ ମାମଲାରେ ଧକ୍କା ଦେଇଥିବା ଗାଡ଼ିଟି ଘଟଣାସ୍ଥଳରୁ ପଳାଇ ଯାଇଛି। ପୁଲିସ ଏବେ ଅଜଣା ଗାଡ଼ିଟିକୁ ଖୋଜୁଛି। ସିସିଟିଭି ଫୁଟେଜ୍, ନିକଟବର୍ତ୍ତୀ ସାକ୍ଷୀଙ୍କ ବୟାନ ଓ ଏକ୍ସପ୍ରେସୱେରେ ସ୍ଥାପିତ କ୍ୟାମେରା ବ୍ୟବହାର କରି ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ଅତ୍ୟଧିକ ଗତି, ଅବହେଳା ଓ ସମ୍ଭବତଃ କୁହୁଡ଼ି ଯୋଗୁ କମ୍ ଦୃଶ୍ୟମାନତା ଯୋଗୁ ଏଭଳି ଅଭାବନୀୟ ଘଯଣା ଘଟିଛି। ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି ଯେ, ଯଦି କାହା ପାଖରେ ଦୁର୍ଘଟଣା ବିଷୟରେ କୌଣସି ସୂଚନା ଅଛି କିମ୍ବା ଅଜଣା ଗାଡ଼ି ବିଷୟରେ ଜାଣିଛନ୍ତି, ତେବେ ସେମାନେ ତୁରନ୍ତ ପାପଡା ପୁଲିସ ଷ୍ଟେସନ ସହ ଯୋଗାଯୋଗ କରନ୍ତୁ। ଏହି ଦୁର୍ଘଟଣା ପୁଣିଥରେ ଏକ୍ସପ୍ରେସୱେରେ ସୁରକ୍ଷା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: Pakistan is provoking Bangladesh: ପାକିସ୍ତାନ ଉସୁକାଇବାରୁ ଟ୍ବେଣ୍ଟି-୨୦ରୁ ବାଦ୍ ପଡ଼ିଲା ବାଂଲାଦେଶ : ରାଜୀବ ଶୁକ୍ଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe