ଚିନ୍ତା ବଢ଼ାଉଛି ଦିଲ୍ଲୀ, ମୁମ୍ବାଇ ସଂକ୍ରମଣ: ଡେଲ୍‌ଟା, ଓମିକ୍ରନ୍ ବିରୋଧରେ କୋଭାକ୍ସିନର ବୁଷ୍ଟର ଅଧିକ ଫଳପ୍ରଦ

Advertisment

ଦିଲ୍ଲୀ ସଂକ୍ରମଣରେ ୨୩% ବୃଦ୍ଧି, ମୁମ୍ବାଇରେ ୫ ମାସରେ ସର୍ବାଧିକ ସଂକ୍ରମଣ

ଦିଲ୍ଲୀ ସଂକ୍ରମଣରେ ୨୩% ବୃଦ୍ଧି, ମୁମ୍ବାଇରେ ୫ ମାସରେ ସର୍ବାଧିକ ସଂକ୍ରମଣ

ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Mathrubhumi English

ନୂଆଦିଲ୍ଲୀ: ଦେଶରେ ଲଗାତାର କୋଭିଡ୍‌ ସଂକ୍ରମଣ ବଢ଼ୁଛି। ମୁଖ୍ୟତଃ ଦିଲ୍ଲୀ ଏବଂ ମୁମ୍ବାଇ ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ମୁମ୍ବାଇରେ ଆଜି ୨,୨୯୩ ନୂଆ ମାମଲା ଚିହ୍ନଟ ହୋଇଛି। ୫ ମାସରେ ମୁମ୍ବାଇରେ ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ୧୩୭୫ ନୂଆ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ ପଜିଟିଭ୍‌ ହାର ୭.୦୧ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ୪,୦୨୪ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଦୈନିକ ସଂକ୍ରମଣରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଦେଶରେ ଆଜି ୮,୮୨୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୪୫,୫୧୭ରେ ପହଞ୍ଚିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ‌ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୪,୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୫,୭୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୨.୩୫ ପ୍ରତିଶତ। ଦେଶରେ ଏଯାବତ ୧, ୯୨,୫୦,୮୭,୨୭୧ ଜଣ କରୋନା ଟିକା ନେଇଛନ୍ତି।

ଡେଲ୍‌ଟା, ଓମିକ୍ରନ୍ ବିରୋଧରେ କୋଭାକ୍ସିନର ବୁଷ୍ଟର ଅଧିକ ଫଳପ୍ରଦ
ନୂଆଦିଲ୍ଲୀ: କୋଭାକ୍ସିନର ବୁଷ୍ଟର ଡୋଜ୍ ଡେଲ୍‌ଟାର ବିଭିନ୍ନ ଭାରିଆଣ୍ଟ ଏବଂ ଓମିକ୍ରନ୍‌ର ବିଏ.୧.୧ ଓ ବିଏ.୨ ବିରୋଧରେ ବିଶେଷ ଫଳପ୍ରଦ ହେଉଛି ବୋଲି ଆଇସିଏମ୍‌ଆର୍ ଓ ଭାରତ ବାୟୋଟେକ୍ ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ସିରିଆନ ହାମଷ୍ଟର ମଡେଲ (ମଣିଷଠାରେ ହେଉଥିବା ରୋଗର ଅନୁଧ୍ୟାନ ପାଇଁ ପ୍ରାଣୀର ଉପଯୋଗ) ମାଧ୍ୟମରେ ଏହି ଅଧ୍ୟୟନ କରାଯାଇଥିଲା। ଜୁନ୍ ୧୪ ତାରିଖରେ ଏକ ପ୍ରିପ୍ରିଣ୍ଟ ସର୍ଭର ବାୟୋର୍କ୍ସିଭ୍ (bioRxiv)ରେ ଏହା ପ୍ରକାଶ ପାଇଛି। ଅନୁଧ୍ୟାନ ରିପୋର୍ଟର ଅନ୍ୟତମ ଲେଖକ ଡ. ପ୍ରଜ୍ଞା ଯାଦବ କହିଛନ୍ତି ଯେ ଯେଉଁମାନେ କୋଭାକ୍ସିନର ତିନୋଟି ଡୋଜ୍ ନେଇଛନ୍ତି ସେମାନଙ୍କଠାରେ କରୋନା ଭୂତାଣୁର ବିଭିନ୍ନ ଭାରିଆଣ୍ଟଠାରୁ ରୋଗନିରୋଧକ କ୍ଷମତା ଅଧିକ ବିକଶିତ ହୋଇଥାଏ। ଏହି ଟିକାର ଦୁଇ ଓ ତିନି ଡୋଜ୍ ନେଇଥିବା ଲୋକଙ୍କଠାରେ ଭୂତାଣୁ ସହ ଲଢ଼େଇ କରିବାର କ୍ଷମତା ଅଧିକ ଥାଏ। ଏପରି କି ମାରାତ୍ମକ ଡେଲଟା ଓ ଓମିକ୍ରନ୍‌ର ବିଭିନ୍ନ ଭାରିଆଣ୍ଟଙ୍କୁ ମଧ୍ୟ ଏହା ପ୍ରତିରୋଧ କରିବାକୁ ସକ୍ଷମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe