ଦାବି ପୂରଣ ପାଇଁ ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କୃଷକ, ଦିନ ୧ଟାରେ ଆରମ୍ଭ ହେବ ଆନ୍ଦୋଳନ

ଏମଏସପି ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରି କୃଷକମାନେ ଆଜି ଶମ୍ଭୁ ସୀମାରୁ ଦିଲ୍ଲୀକୁ ଯାତ୍ରା କରିବେ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

tfarm

ନୂଆଦିଲ୍ଲୀ: ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା)ରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଏଥର କୃଷକମାନେ 'ଦିଲ୍ଲୀ ଚଲୋ' ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ କରିବେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର ଅମ୍ବାଲା (ଶମ୍ଭୁ ସୀମା)ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ପୁଣିଥରେ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି ଯେ 'ଦିଲ୍ଲୀ ଚଲୋ' ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବି କ’ଣ? ଆପଣଙ୍କୁ କହିରଖୁଛୁ ଯେ ଏଥର କୃଷକମାନେ ସେମାନଙ୍କର ୧୨ଟି ଦାବି ସହିତ ଦିଲ୍ଲୀକୁ ଯାତ୍ରା କରୁଛନ୍ତି। ଏଥିରେ ଏମଏସପି ଗ୍ୟାରେଣ୍ଟି, କ୍ଷତିପୂରଣ ଏବଂ ପେନ୍ସନଠାରୁ ଆରମ୍ଭ କରି ସ୍ବାମୀନାଥନ୍ କମିଶନ ରିପୋର୍ଟର ପରାମର୍ଶ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଦାବି ଅନ୍ତର୍ଭୁକ୍ତ |

‘ଦିଲୀ ଚଲୋ’ ମାର୍ଚ୍ଚ ଦିନ ପ୍ରାୟ ୧ଟାରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। କୃଷକଙ୍କ ଆନ୍ଦୋଳନ ଯୋଗୁଁ ସରକାରଙ୍କ ଆଦେଶ ପରେ ଅମ୍ବାଲାର ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଆଜି ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe