ନାସାର ଫଟୋରେ ଭୟଙ୍କର ଚେତାବନୀ, ଦୀପାବଳି ପୂର୍ବରୁ ଦିଲ୍ଲୀ ପୁଣିଥରେ ଅଣନିଶ୍ୱାସୀ ହେବ !

ନାସାର ଫଟୋରେ ଭୟଙ୍କର ଚେତାବନୀ, ଦୀପାବଳି ପୂର୍ବରୁ ଦିଲ୍ଲୀ ପୁଣିଥରେ ଅଣନିଶ୍ୱାସୀ ହେବ !

ନୂଆଦିଲ୍ଲୀ: ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଆଗକୁ ଦୀପାବଳି ଆସୁଛି । ତେଣୁ ବାୟୁମଣ୍ଡଳ ଅଧିକ ଦୂଷିତ ହେବା ନେଇ ଆଶଙ୍କା ରହିଛି।

ମିଳିଥିବା ସୂଚନା ମୁତାବକ, ଆଉ ମାତ୍ର କିଛି ଦିନ ପରେ ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେବ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚାରିଆଡେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେଉଛି । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଦୀପାବଳି ପୂର୍ବରୁ ଦିଲ୍ଲୀ ପୁଣିଥରେ ଅଣନିଶ୍ୱାସୀ ହେବା ନେଇ ନାସାର ଫଟୋ ଏଭଳି ଚେତାବନୀ ଦେଉଛି।

publive-image

ଆମେରିକାର ଅନ୍ତରୀକ୍ଷ ଏଜେନ୍‌ସି ନାସା ଦ୍ୱାରା ଛଡ଼ାଯାଇଥିବା ସାଟେଲାଇଟ୍‌ ଇମେଜ୍‌ ଉପରେ ନଜର ପକାଇଲେ ସ୍ଥିତିର ଗମ୍ଭୀରତା ବିଷୟରେ ଆପଣ ମଧ୍ୟ ଜାଣିପାରିବେ । ଚିତ୍ରରେ ଥିବା ଲାଲ୍‌ ଡଟ୍‌, ଭୟଙ୍କର ବିପଦର ଇସାରା ଦେଉଛି ।

ଦୀପାବଳୀ ପୂର୍ବରୁ ଦିଲ୍ଲୀର ଏନସିଆରେ ଏବେଠୁ ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର ପାଲଟିବ । ଏହାକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପ୍ରଦୂଷଣର ମାତ୍ରା ଯୋଗୁଁ ଲୋକେ ମୁହଁରେ ମାସ୍କ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଛି । ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଥିବା ରାଜଧାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଦିଲ୍ଲୀବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe