ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରୁଛି କୋଭିଡ୍‌-୧୯, ଦିନକ ଭିତରେ ହଟସ୍ପଟ୍ ସଂଖ୍ୟା ୩୩ରୁ ୪୩କୁ ବୃଦ୍ଧି

ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରୁଛି କୋଭିଡ୍‌-୧୯, ଦିନକ ଭିତରେ ହଟସ୍ପଟ୍ ସଂଖ୍ୟା ୩୩ରୁ ୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ର ସଂକ୍ରମଣ ଥମିବାର ନାଁ ଧରୁନାହିଁ। କ୍ରମଶଃ, ଏହା ଉଗ୍ର ରୂପ ଧାରଣ କରିବା ସହ ଅଧିକରୁ ଅଧିକ ଅଞ୍ଚଳକୁ ସଂକ୍ରମିତ କରିବା ସହ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି (ଶନିବାର) ରାଜଧାନୀ ଦିଲ୍ଲୀରେ ହଟସ୍ପଟ ସଂଖ୍ୟା ୩୩ ଥିବା ବେଳେ ଆଜି ହଟସ୍ପଟ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ଗୁରୁବାର ଦିଲ୍ଲୀରେ ୨୫ଟି ହଟସ୍ପଟ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏହା ୩୦କୁ ବୃଦ୍ଧି ପାଇଥିଲା।

publive-image NDTV

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ହଟସ୍ପଟ ସଂଖ୍ୟାରେ ବୃଦ୍ଧି ଘଟିବା ଆମ ପାଇଁ ସମସ୍ୟା ସୃଷ୍ଟି କରିଛି ସତ। କିନ୍ତୁ ପରିସ୍ଥିତି ଆମ ନିୟନ୍ତ୍ରଣରେ ଅଛି। ସବୁ ହଟସ୍ପଟକୁ ସିଲ୍‌ କରି ଆମେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରିବା ପ୍ରକ୍ରିୟା ଆରମ୍ଭ କରିଛୁ। ବିଶୋଧନ ନିମନ୍ତେ ଦିଲ୍ଲୀ ସରକାର ଜାପାନରୁ ଚାରିଟି ବିଶୋଧନ ଯନ୍ତ୍ର ଆମଦାନୀ କରିଥିବା ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଏବଂ ବିଶୋଧନ ପ୍ରକ୍ରିୟାରେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe