ବିଗୁଡୁଛି ଦିଲ୍ଲୀର ସ୍ଥିତି: ଯାନବାହାନ ବ୍ୟବହାର ୩୦ପ୍ରତିଶତ ହ୍ରାସ କରିବାକୁ କହିଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Advertisment
ବିଗୁଡୁଛି ଦିଲ୍ଲୀର ସ୍ଥିତି: ଯାନବାହାନ ବ୍ୟବହାର ୩୦ପ୍ରତିଶତ ହ୍ରାସ କରିବାକୁ କହିଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ନୂଆଦିଲ୍ଲୀ: ବିଗୁଡୁଛି ଦିଲ୍ଲୀର ସ୍ଥିତି। ଶୀତ ଦିନ ଆସିବା ପରେ ଏବେ ଦିଲ୍ଲୀର ବାୟୁମାନ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦିଲ୍ଲୀର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସେମାନଙ୍କ ଯାନବାହାନ ବ୍ୟବହାରକୁ ଅତି କମରେ ୩୦ପ୍ରତିଶତ ହ୍ରାସ କରିବାକୁ ପରାମର୍ଶ ଦେଇଛି। ଗାଡ଼ିର ବ୍ୟବହାର କମ କରିବା ପାଇଁ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ପରାମର୍ଶ ଦେଇଛି ସିପିସିବି।

ଦିଲ୍ଲୀରେ ବାୟୁ ଗୁଣବତ୍ତାର ଅବନତିକୁ ସୀମିତ ରଖିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଗ୍ରାପ)ର କାର୍ଯ୍ୟକାରିତା ନେଇ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାୟୁମାନକୁ ଦେଖି ଦିଲ୍ଲୀର ଲୋକଙ୍କୁ ବାହାର କାମକୁ ସୀମିତ ରଖିବା ଏବଂ ବେଶି ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ଶୁକ୍ରବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ ‘ଅତି ଖରାପ’ ହୋଇଯାଇଥିବା କଥା ବାୟୁ ମାନ ଉପରେ ଦୃଷ୍ଟି ରଖୁଥିବା ‘ମିନିଷ୍ଟ୍ରି ଅଫ୍‌ ଆର୍ଥ ସାଇନ୍‌ସେସ୍‌’ର ‘ସିଷ୍ଟମ୍‌ ଅଫ୍‌ ଏୟାର୍‌ କ୍ବାଲିଟି ଆଣ୍ଡ୍‌ ୱେଦର୍‌ ଫୋର୍‌କାଷ୍ଟିଙ୍ଗ୍‌ ଆଣ୍ଡ୍‌ ରିସର୍ଚ’ (ସଫର୍‌) କହିଥିଲା। ‘ସଫର’ କହିବା ଅନୁସାରେ, ଆଜି ଦିଲ୍ଲୀରେ ହାରାହାରି ‘ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ୍‌’ (ଏକ୍ୟୁଆଇ) ୩୬୦ ରହିଛି।

Vehicles ply amid low visibility due to a thick layer of smog on the Delhi-Gurugram Expressway. (Photo: PTI) www.indiatoday.in

‘ସେଣ୍ଟର୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟ୍‌’ (ସିଏସ୍ଇ) କହିଛି, ପବନ ପ୍ରବାହିତ ହେଉଥିଲେ ମଧ୍ୟ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଅଭାବ ଚଳିତ ବର୍ଷ ଅଧିକ ସମୟ ଧୂଆଁ ରହିବାର କାରଣ ହୋଇପାରେ। ସମ୍ପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ ଘୋଟି ରହିଥିବା ଭୀଷଣ ଧୂଆଁ ଆଉ ଗୋଟିଏ ଦିନ ରହିପାରେ। ଏହି ଧୂଆଁ ଘଟଣା ଜନସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe