ଦୀପାବଳି ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଳୀରେ ହାଇ ଆର୍ଲଟ ଜାରି

Advertisment
ଦୀପାବଳି ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଳୀରେ ହାଇ ଆର୍ଲଟ ଜାରି

(Photo Credits: IANS)

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଏକ ଆତଙ୍କବାଦୀ ଆକ୍ରମଣ ଘଟିପାରେ ବୋଲି ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରଦାନ କରିବା ପରେ ରାଜଧାନୀ ହିଲ୍ଲୀରେ ହାଇ ଆର୍ଲଟ ଜାରି କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଦିଲ୍ଲୀଠାରେ ପ୍ରାୟ ୪୦୦ ବିଲ୍ଡିଂକୁ ଟାର୍ଗେଟ କରିଥିବା ସୂଚନା ରହିଛି।

ଦିଲ୍ଲୀ ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ରୋହିଣୀ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ, ଉତ୍ତର, ପୂର୍ବ, କେନ୍ଦ୍ରୀୟ ନୂଆ ଦିଲ୍ଲୀ ଓ ଦ୍ୱାରକାରେ ଏହି ଆକ୍ରମଣ ଆଶଙ୍କା ରହିଛି। ଦିଲ୍ଲୀର ଏହି ୧୫ଟି ଜିଲ୍ଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ମନେ କରାଯାଇଥାଏ।

publive-image News Nation

ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ୪୨୫ଟି ସମ୍ବେଦନଶୀଳ ବିଲ୍ଡିଂ ରହିଛି। କେବଳ ନୂଆ ଦିଲ୍ଲୀରେ ହିଁ ପ୍ରାୟ ୨୦୦ ସମ୍ବେଦନଶୀଳ ବିଲ୍ଡିଂ ରହିଛି। ଗୁଇନ୍ଦା ରିପୋର୍ଟ ହସ୍ତଗତ ହେବା ପରେ ଏହି ସବୁ ବିଲ୍ଡିଂଗୁଡ଼ିକୁ ଅତିରିକ୍ତ ସୁରକ୍ଷା ସେବା ପ୍ରଦାନ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂଗୁଡ଼ିକ ମଧ୍ୟରେ ରହିଛି ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେନା ଭବନ, ସଂସଦ, ରାଷ୍ଟ୍ରପତି ଭବନ ଇତ୍ୟାଦି। ସେହିପରି କେନ୍ଦ୍ରୀୟ ଦିଲ୍ଳୀରେ ଥିବା ଜାମା ମସ୍‌ଜିଦ୍‌, ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ, ଲକ୍ଷ୍ମୀ ନଗର, ପ୍ରୀତ ବିହାର, ଆନନ୍ଦ ବିହାର ଆଦି ସ୍ଥାନଗୁଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe