ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ: ଆପ୍‌କୁ କଂଗ୍ରେସର ସମର୍ଥନ

Advertisment

‘କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଆକ୍ରମଣ କରୁଛନ୍ତି’

‘କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଆକ୍ରମଣ କରୁଛନ୍ତି’

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ: ଆପ୍‌କୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଅଧିକାରୀମାନଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌କୁ କଂଗ୍ରେସ ଦଳ ସମର୍ଥନ କରିବ। ଏ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ବିରୋଧୀ ଦଳଗୁଡ଼ିକର ଆସନ୍ତାକାଲିର ବେଙ୍ଗାଲୁରୁ ବୈଠକ ପୂର୍ବରୁ ଦୂର ହୋଇଯାଇଛି। କଂଗ୍ରେସର ଏହି ନିଷ୍ପତ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ପାଇଁ ବଡ଼ ଆଶ୍ବସ୍ତି ଆଣିଛି। କଂଗ୍ରେସର ସମର୍ଥନ ପାଇବା ପରେ ଆପ୍‌ ବେଙ୍ଗାଲୁରୁ ବିରୋଧୀ ମେଣ୍ଟ ବୈଠକରେ ସାମିଲ ହେବ ବୋଲି ଆଜି ଅପରାହ୍ନରେ ଘୋଷଣା କରିଛି।

ଦିଲ୍ଲୀରେ ସେବା ନିୟନ୍ତ୍ରଣ ଅଧ୍ୟାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଦେଶର ସଂଘୀୟ ବ୍ୟବସ୍ଥା ବିରୋଧରେ ହେଉଥିବା ଏପ୍ରକାର ଷଡ଼୍‌ଯନ୍ତ୍ରକୁ କଂଗ୍ରେସ ବିରୋଧ କରିବ ବୋଲି କହିଛି। କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଆମ ମତ ସଂପୂର୍ଣ୍ଣ ସ୍ପଷ୍ଟ ରହିଛି। କେନ୍ଦ୍ରର ଅଧ୍ୟାଦେଶକୁ ଆମେ ସମର୍ଥନ କରିବୁ ନାହିଁ। ସଂଘୀୟ ବ୍ୟବସ୍ଥାକୁ କେନ୍ଦ୍ର ସରକାର କରୁଥିବା ଆକ୍ରମଣକୁ ଆମେ ନିରବଚ୍ଛିନ୍ନ ଭାବେ ବିରୋଧ କରିଆସୁଛୁ। ବିରୋଧୀ ରାଜନୈତିକ ଦଳଗୁଡ଼ିକ ଦ୍ବାରା ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ଚଳାଇବାକୁ କରୁଥିବା ଉଦ୍ୟମକୁ ବି ଆମେ ନିରନ୍ତର ବିରୋଧ କରିଆସୁଛୁ। ଦିଲ୍ଲୀ ଅଧ୍ୟାଦେଶକୁ ଆମେ ସମର୍ଥନ କରିବୁ ନାହିଁ ବୋଲି ବେଣୁଗୋପାଳ କହିଛନ୍ତି। ଦିଲ୍ଲୀ ଅଧ୍ୟାଦେଶ ମାମଲାରେ ଆପ୍‌ର ଲଢ଼େଇକୁ କଂଗ୍ରେସ ସମର୍ଥନ କରିଥିବାରୁ ଆପ୍‌ ସାଂସଦ ରାଘବ ଚଢ଼ା ସ୍ବାଗତ କରିଛନ୍ତି ଏବଂ ଏହା ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଅଧ୍ୟାଦେଶକୁ ବିରୋଧ କରି କେଜ୍ରିୱାଲ ଦେଶବ୍ୟାପୀ ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ଗୋଟାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପୂର୍ବରୁ ସେ ଏଥିପାଇଁ ଦେଶର ବିଭିନ୍ନ ରାଜନୈତିକ ଦଳ ମୁଖ୍ୟମାନଙ୍କୁ ଭେଟିଛନ୍ତି। ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଜନତା ଦଳ ୟୁନାଇଟେଡ, ଭାରତ ରାଷ୍ଟ୍ରୀୟ ସମିତି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ଅନ୍ୟମାନଙ୍କର ସମର୍ଥନ ବି ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଆଇଏଏସ୍‌ ଏବଂ ଡାନିକ୍ସ ଅଫିସରମାନଙ୍କ ବଦଳି ଏବଂ ପୋଷ୍ଟିଂ କ୍ଷମତା କେନ୍ଦ୍ର ସରକାର ଗତ ମେ’ ୧୯ ତାରିଖରେ ଘୋଷିତ ଅଧ୍ୟାଦେଶ ଜରିଆରେ ନିଜ ହାତକୁ ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଏହା ଧକ୍କା ବୋଲି ଆପ୍ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe