ଫେରାର ଥିବା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୁଲିସ, ମୁଣ୍ଡ ଉପରେ ରଖାଗଲା ଲକ୍ଷେ ଟଙ୍କାର ପୁରସ୍କାର ରାଶି

Advertisment
ଫେରାର ଥିବା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୁଲିସ, ମୁଣ୍ଡ ଉପରେ ରଖାଗଲା ଲକ୍ଷେ ଟଙ୍କାର ପୁରସ୍କାର ରାଶି

The Indian Express

ନୂଆଦିଲ୍ଲୀ: ସାଗର ରାଣା ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଖୋଜୁଛି ପୁଲିସ। ଦିଲ୍ଲୀର ଛତ୍ରପାଲ ଷ୍ଟାଡିୟମରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରିଛି ଦିଲ୍ଲୀ ପୁଲିସ। ଅର୍ଥାତ ସୁଶୀଲ କୁମାରଙ୍କୁ ପୁଲିସ ହାତରେ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଏବଂ ତାଙ୍କ ସାଙ୍ଗମାନଙ୍କ ମୁଣ୍ଡ ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି ।

ତେବେ ପୂର୍ବରୁ ସୁଶୀଲ କୁମାରଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲା ଦିଲ୍ଲୀ ପୁଲିସ। ପୁଲିସ ସୂଚନାନୁସାରେ, ମଡେଲ ଟାଉନ ଅଞ୍ଚଳରେ ଥିବା ଏକ ଫ୍ଲାଟକୁ ଖାଲି କରିବା ପାଇଁ ମାରପିଟ ହୋଇଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ଭୂମିକା ଥିବାବେଳେ ଦିଲ୍ଲୀ ଏନସିଆର ବ୍ୟତୀତ ପଡୋଶୀ ରାଜ୍ୟରେ ସୁଶୀଲ କୁମାରଙ୍କ ସନ୍ଧାନ ଚାଲିଛି । ସୁଶୀଲଙ୍କ ବ୍ୟତିତ ୯ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । କୋର୍ଟ କହିଛନ୍ତି ଯେ ଏହା ଏକ ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଧରିବା ଜରୁରୀ ।

Murder-accused Sushil Kumar still enjoying Officer on Special Duty status:  Delhi Police informs AAP government - Sports News India Today

ସାଗର ରାଣା ହତ୍ୟା ମାମଲାରେ ସୁଶୀଲ କୁମାର ଏବଂ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୁଲିସର ସୂଚନାନୁସାରେ, ସୁଶୀଲ, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍କିଂ ଅଞ୍ଚଳରେ ମାରପିଟ ହୋଇଥିଲା । ଆଉ ଏହି ମାରପିଟରେ ସାଗରଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ସୁଶୀଲଙ୍କ ସମେତ ଅନ୍ୟମାନଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ସୂଚନା ଥାଉକି କୁସ୍ତିରେ ସେ ୨୦୧୨ ଲଣ୍ଡନ ଅଲମ୍ପିକରେ ରୋପ୍ୟ ଓ ୨୦୦୮ ବେଜିଙ୍ଗ ଅଲମ୍ପିକରେ ବ୍ରୋଞ୍ଚ ପଦକ ଜିତିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe