‘ଦ ଓୟାର’ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ

‘ଦ ଓୟାର’ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ

The News Minute

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ‘ଦ ଓୟାର’ ନ୍ୟୁଜ୍ ପୋର୍ଟାଲ କାର୍ଯ୍ୟାଳୟରେ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିବା ଜଣାପଡ଼ିଛି। ସ୍ବାଧୀନତା ଦିବସ ସୁରକ୍ଷା ସଂକ୍ରାନ୍ତରେ ଏହା ଏକ ନିୟମିତ ଯାଞ୍ଚ ପ୍ରକ୍ରିୟା ଥିଲା ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି। ଗୋଲା ମାର୍କେଟ ଅଂଚଳରେ ଥିବା ଦ ଓୟାର କାର୍ଯ୍ୟାଳୟରେ ପୁଲିସ ଏଭଳି ଅଚାନକ ପହଞ୍ଚିବା ଆମକୁ ବିସ୍ମିତ କରିଛି ବୋଲି ଏହାର ସଂପାଦକ ସିଦ୍ଧାର୍ଥ ବରଦରାଜନ୍ କହିଛନ୍ତି।

ପେଗାସସ୍‌ ମାମଲା ପରେ ଦ ଓୟାର କାର୍ଯ୍ୟାଳୟରେ ପୁଲିସ ଏଭଳି ଅଚାନକ ଆବିର୍ଭାବ ହେବା ପଛରେ କି ରହସ୍ୟ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ କର୍ମଚାରୀ ଆମକୁ ବିନୋଦ ଦୁଆ ଓ ‌ସାରା ଭାସ୍କର କିଏ ବୋଲି ପ୍ରଶ୍ନ କରିବା ସହ ଆର୍‌ଫାଙ୍କ ସହ ପୁଲିସ ଜଣକ କଥାହେବା ପାଇଁ ଚାହିଥିଲେ ବୋଲି ବରଦରାଜନ ଜଣାଇଛନ୍ତି। ଡିସିପି ଦୀପକ ଯାଦବ କହିଛନ୍ତି, ନିରାପତ୍ତା ଏବଂ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଯେଉଁ ଯାଞ୍ଚ ପ୍ରକ୍ରିୟା ଚାଲିଛି ଏହା ତାହାର ଏକ ଅଂଶବିଶେଷ। ପେଗାସସ୍ ମାମଲାରେ ବିଶ୍ବର ୧୬ଟି ଗଣମାଧ୍ୟମ ସଂସ୍ଥା ମୁଖର ରହିଛନ୍ତି। ସେମାନଙ୍କ ମଧ୍ୟରେ ଦ ଓୟାର ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe