ଯୌନ ଉତ୍ପୀଡ଼ନ ଅଭିଯୋଗରେ ତ୍ରିପୁରା ବିଧାୟକଙ୍କ ନାମରେ ମାମଲା ରୁଜୁ

Advertisment
ଯୌନ ଉତ୍ପୀଡ଼ନ ଅଭିଯୋଗରେ ତ୍ରିପୁରା ବିଧାୟକଙ୍କ ନାମରେ ମାମଲା ରୁଜୁ

Image Courtesy: News Live

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଧ୍ୟୟନ କରୁଥିବା ଉତ୍ତର-ପୂର୍ବ ରାଜ୍ୟର ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତ୍ରିପୁରାର ଜଣେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏବଂ ଅଭିଯୁକ୍ତ ବିଧାୟକଙ୍କୁ ଏବେ ଦିଲ୍ଲୀ ଆଣି ମାମଲାର ତଦନ୍ତ କରୁଛି ବୋଲି ଦିଲ୍ଲୀ ପୁଲିସର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରିପୋର୍ଟରୁ ପ୍ରକାଶ, ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ବିଧାୟକ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଅସଦାଚରଣ କରିବା ସହ ଯୌନ ଉତ୍ପୀଡ଼ନ ଦେଇଥିଲେ। ଏ ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ଆଇପିସିର ଧାରା ୩୫୪ (ମହିଳାଙ୍କୁ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଏବଂ ଆଇପିସିର ୩୫୪ଏ (ଯୌନ ଉତ୍ପୀଡ଼ନ ଏବଂ ଯୌନ ଉତ୍ପୀଡ଼ନ ପାଇଁ ଦଣ୍ଡ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ବୋଲି ଡେପୁଟି କମିଶନର ଅଫ୍‌ ପୁଲିସ (ନୂଆଦିଲ୍ଲୀ) ଅମ୍ରୁଥା ଗୁଗୁଲୋଥ କହିଛନ୍ତି।

ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଅପରାଧିକ ପ୍ରକ୍ରିୟା ଅଧୀନରେ ଦିଲ୍ଲୀ ଆଣି ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଦିଲ୍ଲୀ ପୁଲିସର ଏକ ଦଳ ଗତକାଲି ଦିଲ୍ଲୀରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ଭେଟିଥିଲେ ଏବଂ ତ୍ରିପୁରାର ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ତାଙ୍କ ଅଭିଯୋଗ ସମ୍ପର୍କରେ ସେମାନେ ତାଙ୍କ ବିବୃତ୍ତି ରେକର୍ଡ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe