ଦିଲ୍ଲୀ ପୁଲିସ୍‌ ଜାଲରେ ଫସିଲା ସ୍ପାଇଡର୍‌ମ୍ୟାନ୍‌; କଟିଲା ୨୬ ହଜାର ଟଙ୍କାର ଜରିମାନା

ଦିଲ୍ଲୀ ପୁଲିସ୍‌ ଜାଲରେ ଫସିଲା ସ୍ପାଇଡର୍‌ମ୍ୟାନ୍‌; କଟିଲା ୨୬ ହଜାର ଟଙ୍କାର ଜରିମାନା

www.aajtak.in

ନୂଆଦିଲ୍ଳୀ: ଆଜିକାଲି ଲୋକ ସୋସିଆଲ୍‌ ମିଡିଆରେ ଲୋକପ୍ରିୟ ହେବାକୁ ଓ ଟଙ୍କା ରୋଜଗାର କରିବାକୁ ଗୋଟାଏ ବି ସୁଯୋଗ ହାତ ଛଡ଼ା କରୁନହାନ୍ତି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ଧରଣର ଭିଡିଓ ଦେଖିବାକୁ ମିଳୁଛି। ମାତ୍ର ଏହାରି ମଧ୍ୟରେ କିଛି ଏପରି ଭିଡିଓ ବି ଭାଇରାଲ୍‌ ହୁଏ, ଯାହା ନିୟକ ଉଲ୍ଲଂଘନ କରିପକାଏ।

କେ‌ବେ କେବେ ଲୋକ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ ପାଇଁ ଜୀବନ ଯିବା ପରି ଷ୍ଟଣ୍ଟ୍‌ ପ୍ରଦର୍ଶନ କରନ୍ତି। ଦିଲ୍ଲୀରୁ ପୁଣି ଥରେ ସେହିପରି ଏକ ଖବର ହସ୍ତଗତ ହୋଇଛି। ଦିଲ୍ଳୀ ପୁଲିସ୍‌ ଜଣେ ୨୦ ବର୍ଷୀୟ ଯୁବକଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୁବକ ଜଣକ ସ୍ପାଇଡର୍‌ ମ୍ୟାନ୍‌ ପୋଷାକ ପିନ୍ଧି ସଡ଼କ ଉପରେ ଖୁବ୍‌ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

ଦିଲ୍ଳୀର ଦ୍ବାରକା ଅଞ୍ଚଳରେ ଯୁବକ ଜଣକ ଚଳନ୍ତା କାର୍‌ ବୋନେଟ୍‌ ଉପରେ ବସିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଗୌରବ ସିଂହ ନାମକ ୧୯ ବର୍ଷୀୟ ଅନ୍ୟ ଯୁବକ ଜଣକ ବି ଥିଲେ। ଯିଏକି ସେହି ସମୟରେ କାର୍‌ ଚଳାଉଥିଲେ।

ତେବେ ପୁଲିସ୍‌ ଅଭିଯୁକ୍ତକୁ ଧରିବା ପରେ ତାଙ୍କ ଉପରେ ୨୬ ହଜାର ଟଙ୍କାର ଜରିମାନା ଲଗାଇଛି। ତେବେ ସ୍ପାଇଡର୍‌ ମ୍ୟାନ୍‌ ବନି ବୁଲୁଥିବା ଯୁବକ ଜଣକ ହେଲେ ଆଦିତ୍ୟ। ସେ ନଜଫଗଡ଼ର ବାସିନ୍ଦା।

ଦିଲ୍ଲୀ ପୁଲିସ୍‌ ତାଙ୍କ ଧରିବା ପରେ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଭିଡିଓ ପୋଷ୍ଟ୍‌ କରି ଲେଖିଛି, ‘‘ଦିଲ୍ଲୀ ପୁଲିସ୍‌ ଜାଲରେ ଫସିଲା ସ୍ପାଇଡର୍‌ ମ୍ୟାନ୍‌’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe