ଦିଲ୍ଲୀ ପୁଲିସ କମିଶନର ଭାବେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଆଉ ଏକ ମାସ ବୃଦ୍ଧି ପାଇଲା

Advertisment
ଦିଲ୍ଲୀ ପୁଲିସ କମିଶନର ଭାବେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଆଉ ଏକ ମାସ ବୃଦ୍ଧି ପାଇଲା

News Nation

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କମିଶନର ଭାବେ ଅବସ୍ଥାପିତ ଓଡ଼ିଆ ଆଇପିଏସ୍‌ ଅଫିସର ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳକୁ ଆଜି ଆଉ ଏକ ମାସ ପାଇଁ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର। ଗତ ୨୦୧୭ ଜାନୁଆରିରେ ଆଇପିଏସ୍‌ ଅଫିସର ଅମୂଲ୍ୟ ପଟ୍ଟନାୟକଙ୍କୁ ତିନି ବର୍ଷ ପାଇଁ ଦିଲ୍ଲୀର ପୁଲିସ କମିଶନର ଭାବେ ନିଯୁକ୍ତ କରା ଯାଇଥିଲା।

publive-image Hindustan

ତଦନୁଯାୟୀ, ଦିଲ୍ଲୀ ପୁଲିସ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଆସନ୍ତା କାଲି ଅର୍ଥାତ୍‌ ଜାନୁଆରି ୩୧ ତାରିଖରେ ଶେଷ ହେଉଥିଲା। କିନ୍ତୁ, ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିବାକୁ ନିର୍ବାଚନ କମିଶନଙ୍କୁ ଅନୁମତି ମଗା ଯାଇଥିଲା। ନିର୍ବାଚନ କମିଶନ ଏଥିପାଇଁ ଅନୁମତି ପ୍ରଦାନ କରିବା ପରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ପୁଲିସ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳକୁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe