Missing Girls :ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ଦାବି ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର

Advertisment

ରାଜଧାନୀ ଦିଲ୍ଲୀରୁ ଜାନୁଆରୀ ମାସର ପ୍ରଥମ ୧୫ ଦିନରେ ୮୦୭ ଜଣ ନିଖୋଜ ହୋଇଥିବା ଦାବିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ପାଉଥିବା ଦାବିକୁ ଖାରଜ କରିଛି ଦିଲ୍ଲୀ ପୁଲିସ`

ରାଜଧାନୀ ଦିଲ୍ଲୀରୁ ଜାନୁଆରୀ ମାସର ପ୍ରଥମ ୧୫ ଦିନରେ ୮୦୭ ଜଣ ନିଖୋଜ ହୋଇଥିବା ଦାବିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ପାଉଥିବା ଦାବିକୁ ଖାରଜ କରିଛି ଦିଲ୍ଲୀ ପୁଲିସ`

Untitled-19.jpg

Delhi Police Dismiss Viral Claims Of Missing Girls Photograph: (@sambad.in)

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଜାନୁଆରୀ ମାସର ପ୍ରଥମ ୧୫ ଦିନରେ ୮୦୭ ଜଣ ନିଖୋଜ ହୋଇଥିବା ଦାବିକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ବେଳେ, ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ପାଉଥିବା ଦାବିକୁ ଖାରଜ କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀରେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଦାବି ଭ୍ରାମକ ଓ ପ୍ରଚାରମୂଳକ ରଣନୀତି ବୋଲି ପୁଲିସ କହିଛି। ଆର୍ଥିକ ଲାଭ ପାଇଁ ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଦିଲ୍ଲୀ ପୁଲିସ ଚେତାବନୀ ଦେଇଛି।

ପୁଲିସ କହିଛି ଯେ ଝିଅଙ୍କ ନିଖୋଜ ହେବା ପ୍ରସଙ୍ଗ କେବଳ ପ୍ରଚାର ଉଦ୍ଦେଶ୍ୟ, ଆତଙ୍କ ସୃଷ୍ଟି କରିବା ଓ ବ୍ୟକ୍ତିଗତ ଲାଭ ପାଇଁ ଏକ ପ୍ରାୟୋଜିତ ପୋଷ୍ଟ । ଏହା ମାଧ୍ୟମରେ ନିଖୋଜ ଝିଅଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା କାହାଣୀ ବନାଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଯୋଜନା କରାଯାଉଛି। ଏଭଳି ଆତଙ୍କ ସୃଷ୍ଟିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ। ଏପରି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆତଙ୍କ ସୃଷ୍ଟି କରିବା ଓ ବ୍ୟକ୍ତିଗତ ଲାଭ ପାଇଁ ଏକ ପ୍ରାୟୋଜିତ ପୋଷ୍ଟ

ଅଧିକପଢ଼ନ୍ତୁ:କୋର୍ଟ ଖାଲି କରାଯାଇ ବମ ସ୍କ୍ବାଡ୍‌ ଓ ସନ୍ଧାନୀ କୁକୁର ଦ୍ବାରା ଛାନ୍‌ଭିନ

ଦିଲ୍ଲୀ ପୁଲିସ ଏହା ଉପରେ ସ୍ପଷ୍ଟ ସୂଚନା ଦେଇ କହିଛି ଯେ ଜାନୁଆରୀ ୧ ରୁ ଜାନୁଆରୀ ୧୫, ୨୦୨୬ ମଧ୍ୟରେ ସହରରେ ୮୦୭ ଜଣ ଲୋକ ନିଖୋଜ ହୋଇଛନ୍ତି, ଯାହା ପ୍ରତିଦିନ ହାରାହାରି ପ୍ରାୟ ୫୪ ଟି ମାମଲା। ଏଥିମଧ୍ୟରୁ ୫୦୯ ଜଣ ମହିଳା ଓ ନାବାଳିକା ଥିବାବେଳେ ୨୯୮ ଜଣ ପୁରୁଷ ଥିଲେ।

ସେପଟେ ଦିଲ୍ଲୀ ପୁଲିସର ସ୍ପଷ୍ଟୀକରଣ ପରେ ବିଜେପି ପ୍ରତିକ୍ରିୟା ରଖିଛି, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ୍ସ ରେ ପୋଷ୍ଟକରି କହିଛନ୍ତି, ଏକ ହିନ୍ଦୀ ଫିଲ୍ମର ପ୍ରଚାର ପାଇଁ ଦେୟଯୁକ୍ତ ଅଭିଯାନ ପ୍ରସାର କରାଯାଉଛି। "ଦିଲ୍ଲୀରୁ ଏତେ ପିଲା ନିଖୋଜ ହୋଇଯାଇଛନ୍ତି ବୋଲି ଦାବି ଏକ ହିନ୍ଦୀ ଚଳଚ୍ଚିତ୍ରର ପ୍ରଚାର ପାଇଁ ଦେୟଯୁକ୍ତ ଅଭିଯାନ। ଦିଲ୍ଲୀ ପୁଲିସ ତଦନ୍ତ କରି ଲମ୍ବିଥିବା ଚେରର ମୂଳ ପର୍ଯ୍ୟନ୍ତ ପହଞ୍ଚୁ,"।

ଉଲ୍ଲେଖଯୋଗ୍ୟ, ନିଖୋଜ ମାମଲାକୁ ନେଇ ଗତ ବୁଧବାର ଦିନ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ ଏହାକୁ "ଚିନ୍ତାଜନକ" ବୋଲି କହିବା ସହ ତାଙ୍କୁ ଗାଦିଚ୍ୟୁତ କରିଥିବା ବିଜେପି ସରକାରଙ୍କୁ ସମାଲୋଚନା କରି କହିଥିଲେ, ଦିଲ୍ଲୀରେ ମାତ୍ର ୧୫ ଦିନ ମଧ୍ୟରେ ୮୦୭ ଜଣ ନିଖୋଜ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ। ଏହି ପରିସ୍ଥିତି ସ୍ୱାଭାବିକ ନୁହେଁ; ଏହା ଅତ୍ୟନ୍ତ ଚିନ୍ତାଜନକ। ଦେଶର ରାଜଧାନୀରେ ଲୋକଙ୍କ ସୁରକ୍ଷା ଭଗବାନଙ୍କ ଦୟା ଉପରେ ଛାଡି ଦିଆଯାଇଛି। ଦିଲ୍ଲୀରେ ପ୍ରତ୍ୟେକ ସ୍ତରରେ ବିଜେପି ସମ୍ପୂର୍ଣ୍ଣ କ୍ଷମତା ରଖେ, ତଥାପି ଦିଲ୍ଲୀ ଏତେ ଅସୁରକ୍ଷିତ କାହିଁକି?"

ଅଧିକପଢ଼ନ୍ତୁ:ଶେହବାଜ ଓ ମୁନିର ପୁଣି ଥରେ କାଶ୍ମୀର ଉପରେ ଜିହାଦୀ ସ୍ଲୋଗାନ ଦେଲେ, ଭାରତ ବିରୋଧରେ ବିଷ ଉଗାଳିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe