ଜାକଲିନଙ୍କୁ ମାରାଥନ ଜେରାରେ ଘାଣ୍ଟୁଛି ଦିଲ୍ଲୀ ପୁଲିସ; ଖୋଜୁଛି ୧୦୦ଟି ପ୍ରଶ୍ନର ଉତ୍ତର

Advertisment
ଜାକଲିନଙ୍କୁ ମାରାଥନ ଜେରାରେ ଘାଣ୍ଟୁଛି ଦିଲ୍ଲୀ ପୁଲିସ; ଖୋଜୁଛି ୧୦୦ଟି ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କୁ ଆଜି ସକାଳୁ ଜେରା ଆରମ୍ଭ କରିଛି ଦିଲ୍ଲୀ ପୁଲିସ। ଜେରା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଲିସ ୧୦୦ଟି ପ୍ରଶ୍ନର ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିଛି ଏବଂ ଯାହାର ଉତ୍ତର ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଠାରୁ ୨୦୦ କୋଟି ଟଙ୍କା ଘୋଟାଲା ମାମଲାରେ ଖୋଜୁଛି।

ବୁଧବାର ସକାଳ ୧୧.୩୦ରୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ଅଭିନେତ୍ରୀ ଜାକଲିନ୍‌ଙ୍କୁ ପଚରାଉଚରା କରାଯାଉଛି ଯାହା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଯିବ ବୋଲି ଆଶା କରାଯାଉଛି। ବୁଧବାର ତୃତୀୟ ଥର ପାଇଁ ଦିଲ୍ଲୀ ପୁଲିସ ସମନ କରି ତାଙ୍କୁ ଡକାଇବା ପରେ ଏବେ ଜାକଲିନ ଦିଲ୍ଲୀରେ ଅଛନ୍ତି। ଏହା ପୂର୍ବରୁ, ତାଙ୍କୁ ଦୁଇଥର ଡକାଯାଇଥିଲା। କିନ୍ତୁ ସେ ଉଭୟ ତାରିଖ; ଅଗଷ୍ଟ ୨୯ ଏବଂ ସେପ୍ଟେଟର ୧୨ରେ ଆସି ନଥିଲେ ଏବଂ ଜେରାକୁ ଟାଳି ଚାଲିଥିଲେ।

ଜାକଲିନ୍‌ ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ମନ୍ଦିର ମାର୍ଗରେ ଥିବା ଅର୍ଥନୈତିକ ଅପରାଧ ୱିଙ୍ଗ କାର୍ଯ୍ୟାଳୟରେ ତାଙ୍କ ଓକିଲଙ୍କ ଏକ ଦଳ ସହିତ ପହଞ୍ଚିଥିଲେ। ତା’ପରେ ତାଙ୍କୁ ଅତି କମରେ ୧୦୦ଟି ପ୍ରଶ୍ନ ଅନ୍ତର୍ଭୁକ୍ତ ଏକ ଲମ୍ବା ପ୍ରଶ୍ନାବଳୀ ଦିଆଯାଇଥିଲା। ଇଓଡବ୍ଲ୍ୟୁ ଅଧିକାରୀମାନେ କହିଥିଲେ ଯେ ପ୍ରଶ୍ନ ସବୁ ପ୍ରାୟତଃ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସମ୍ପର୍କ ଏବଂ ତାଙ୍କଠାରୁ ସେ ପାଇଥିବା ଉପହାର ସହିତ ଜଡିତ ଯାହା ଅପରାଧର ଆୟ ବ୍ୟବହାର କରି କିଣା ଯାଇଥିବା କୁହାଯାଉଛି।

ଇଓଡବ୍ଲ୍ୟୁ ମଧ୍ୟ ପିଙ୍କି ଇରାନୀଙ୍କୁ ଅନୁସନ୍ଧାନରେ ଯୋଗଦେବାକୁ ଡକାଇଥିଲା। କୁହାଯାଉଛି ଯେ ସେ ସୁକେଶଙ୍କୁ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିଥିଲେ। ସେ ଉଭୟଙ୍କ ପାଇଁ ଜଣାଶୁଣା ଥିଲେ। ଏହି ମାମଲାରେ ଅଧିକ ସ୍ପଷ୍ଟତା ପାଇବା ପାଇଁ ପଚରାଉଚରା ସମୟରେ ପିଙ୍କି ଏବଂ ଜାକଲିନ୍‌ ମୁହାଁମୁହିଁ ହୋଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

ସୂତ୍ରରୁ ପ୍ରକାଶ ଯେ, ଜାକଲିନଙ୍କୁ ପୁଲିସ୍‌ ପକ୍ଷରୁ ଯୋଗାଯୋଗ କରାଯାଇଛି ଏବଂ ଜଣାଇ ଦିଆଯାଇଛି ଯେ ତାଙ୍କ ଜେରା ଦୁଇ ଦିନ କିମ୍ବା ପଛକୁ ପଛ ହୋଇପାରେ। ତେଣୁ ସେହି ଅନୁଯାୟୀ ଦିଲ୍ଲୀରେ ସେ ତାଙ୍କର ରହଣି ଯୋଜନା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe