ସଂସଦ ଠେଲାପେଲା ମାମଲା : କ୍ରାଇମ ବ୍ରାଞ୍ଚ କରିବ ତଦନ୍ତ

ସଂସଦ ପରିସରରେ ଠେଲାପେଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ ଖୁବଶୀଘ୍ର ଘଟଣାର ସିନ ରିକ୍ରିଏସନ କରିବା ସହ ରାହୁଲ ଗାନ୍ଧିଙ୍କୁ ସମନ କରିପାରେ ।

rahull

ନୂଆଦିଲ୍ଲୀ: ସଂସଦ ପରିସରରେ ଠେଲାପେଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୁଲିସ । ଏବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବ ବୋଲି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ କହିଛନ୍ତି। ଦିଲ୍ଲୀ ପୁଲିସ ଖୁବଶୀଘ୍ର ଘଟଣାର ସିନ ରିକ୍ରିଏସନ କରିବା ସହ ରାହୁଲ ଗାନ୍ଧିଙ୍କୁ ସମନ କରିପାରେ ।

ସଂସଦ ପରିସରରେ ଘଟିଥିବା ଠେଲାପେଲା ମାମଲାରେ ଗୁରୁବାର ବିଜେପି ଦିଲ୍ଲୀ ପୁଲିସ ନିକଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

ସଂସଦ ପରିସରରେ ଘଟିଥିବା ଠେଲାପେଲା ମାମଲାରେ ଗୁରୁବାର ବିଜେପି ଦିଲ୍ଲୀ ପୁଲିସ ନିକଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଭାରତୀୟ ସମ୍ବିଧାନ ନିର୍ମାତା ବିଆର୍ ଆମ୍ବେଦକରଙ୍କୁ ଅପମାନିତ କରିବା ମାମଲାରେ ଗୁରୁବାର ସଂସଦର ମକର ଗେଟ୍ ନିକଟରେ କଂଗ୍ରେସ ଓ ବିଜେପି ସାଂସଦମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଠେଲାପେଲା ହେବାରୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ବିଜେପି ପୁଲିସରେ ଅଭିଯୋଗ କରିଥିଲା ।

ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ବିଏନ୍ଏସ୍)ର ଧାରା ୧୧୭ (ସ୍ୱେଚ୍ଛାକୃତ ଭାବେ ଗମ୍ଭୀର ଆଘାତ ଦେବା), ୧୧୫ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୧୨୫ (ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା), ୧୩୧ (ଅପରାଧିକ ବଳ ପ୍ରୟୋଗ), ୩୫୧ (ଅପରାଧିକ ଧମକ) ଏବଂ ୩(୫) (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe