‘ଜେଏନ୍‌ୟୁ’ ଛାତ୍ର ସଂଘର୍ଷ ମାମଲା: ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ

Advertisment
ପ୍ରୟାଗରାଜ ହିଂସା ଅଭିଯୁକ୍ତଙ୍କ ଝିଅ ସପକ୍ଷରେ ଜେଏନ୍‌ୟୁରେ ପ୍ରତିବାଦ

Image Courtesy of Zee News

ନୂଆଦିଲ୍ଲୀ: ‘ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି’ରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ସଂକ୍ରାନ୍ତରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିବା କଥା ଆଜି ଦିଲ୍ଲୀ ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ରାମ ନବମୀ ହୋଇଥିବା ସତ୍ତ୍ବେ ‘ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି’ର କାବେରୀ ଛାତ୍ରାବାସରେ ଆମିଷ ଭୋଜନ ପରିବେଷଣ କରାଯାଇଥିବା କଥାରୁ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା।

ଦିଲ୍ଲୀ ପୁଲିସ କହିଛି, ଅଜ୍ଞାନ୍ତ ‘ଏବିଭିପି’ ଛାତ୍ରମାନଙ୍କ ବିରୋଧରେ ଆଜି ବଡ଼ି ସକାଳୁ ଆମେ ‘ଜେଏନ୍‌ୟୁଏସ୍‌ୟୁ’, ‘ଏସ୍‌ଏଫ୍‌ଆଇ’ ‘ଡିଏସ୍‌ଏଫ୍‌’ ଓ ‘ଏଆଇଏସ୍‌ଏ’ର ସଦସ୍ୟ ଥିବା ‌ଦଳେ ଛାତ୍ରଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଛୁ। ସେହି ଅଭିଯୋଗକୁ ଆଧାର କରି ଆମେ ‘ଆଇପିସି’ ଧାରା ୩୨୩/୩୪୧/୫୦୯/୫୦୬/୩୪ ଅନୁଯାୟୀ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିଛୁ। ପ୍ରମାଣ ଯୋଗାଡ଼ ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।

publive-image Image Courtesy of ANI

ଦିଲ୍ଲୀ ପୁଲିସ ଆହୁରି ମଧ୍ୟ କହିଛି ଯେ, ଆଜି ସକାଳେ ଅଭିଯୋଗ ଦାଏର କରିବେ ବୋଲି ‘ଏବିଭିପି’ ଛାତ୍ରମାନେ ସୂଚନା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଏହି ସଂଘର୍ଷରେ ସେମାନଙ୍କର ପ୍ରାୟ ୫୦ଜଣ ସଦସ୍ୟ ଆହତ ‌ହୋଇଛନ୍ତି ବୋଲି ବାମ ସଂଗଠନମାନ‌େ ଦାବି କରୁଥିବା ବେଳେ ୧୦/୧୨ଜଣ ସଦସ୍ୟ ଆହତ ହୋଇଛନ୍ତି ବୋଲି ‘ଏବିଭିପି’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe