ମୁସେୱାଲାଙ୍କ ହତ୍ୟା ପଛରେ ରହିଛି ଆଇଏସଆଇର ହାତ !

ମୁସେୱାଲାଙ୍କ ହତ୍ୟା ପଛରେ ରହିଛି ଆଇଏସଆଇର ହାତ !

news18

ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଦିଲ୍ଲୀ ପୁଲିସ ବୁଧବାର ଏକ ବଡ ଖୁଲାସା କରିଥିଲା। ମୁସେୱାଲାଙ୍କ ହତ୍ୟା ପଛରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ଥିବା କଥା କହିଛି ପୁଲିସ। ଗତକାଲି ପୁଲିସ କହିଥିଲା ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ପୁଲିସ କମିସନର ଧାଲିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଦିଲ୍ଲୀ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ‌

ଏବେ ଦିଲ୍ଲୀ ପୁଲିସ କରିଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ମୁସେୱାଲାଙ୍କ ହତ୍ୟା ପଛରେ ଆଇଏସଆଇ ରହିଛି। ଏହି ହତ୍ୟାକାଣ୍ଡରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କର ପ୍ରମାଣ ମଧ୍ୟ ମିଳିଛି।

ଗତକାଲି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ କହିଥିଲା ଯେ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିଲା ଏବଂ ପୂର୍ବ ରଣନୀତି ଅନୁଯାୟୀ ଏହି ହତ୍ୟାକାଣ୍ଡ କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ସିଦ୍ଧେଶ ହିରାମଲ ଏହି ହତ୍ୟାକାଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା କହିଥିଲା ପୁଲିସ।

ଅନ୍ୟପକ୍ଷରେ, ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ପଞ୍ଜାବ ପୁଲିସ ଅତି କମରେ ଆଠ ଜଣଙ୍କୁ ଗିରଫ କରିଛି। ଲଜିଷ୍ଟିକ୍ ସହାୟତା ଯୋଗାଇବା, ରିସିଭ୍ କରିବା ତଥା ଜଣାଶୁଣା ପଞ୍ଜାବୀ ଗାୟକ ଶୁଭଦୀପ ସିଂ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ଚଳାଇବା ଅଭିଯୋଗରେ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହରିୟାଣାର ସିର୍ସାର ସନ୍ଦୀପ ସିଂ ଓରଫ କେକଡା, ଭାଟିଣ୍ଡାର ତଲୱାଣ୍ଡି ସାବୋର ମନପ୍ରୀତ ସିଂ ଓରଫ ମାନ୍ନା, ଫରିଦକୋଟ ଧାଇପାଇର ମନପ୍ରୀତ ଭାଉ, ଅମୃତସରର ଡୋଡେ କାଲସିଆର ସରୋଜ ମିଣ୍ଟୁ, ହରିୟାଣାର ତାଖତ-ମଲ୍‌ର ପ୍ରଭଦୀପ ସିଦ୍ଧୁ ଓରଫ ପବି, ହରିୟାଣା ସୋନିପତର ରେୱଲି ଗାଁର ମୋନୁ ଡଗର, ହରିୟାଣାର ଫତେହାବାଦ ବାସିନ୍ଦା ପୱନ ବିଷ୍ଣୋଇ ଏବଂ ନସିବ। ଏଥିସହ ସିଦ୍ଧୁ ମୁସେୱାଲା ହତ୍ୟାରେ ସଂଶ୍ଳିଷ୍ଟ ୪ ସୁଟରଙ୍କୁ ମଧ୍ୟ ପଞ୍ଜାବ ପୁଲିସ ଚିହ୍ନଟ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମିଳିତ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe