କୃଷି ଆଇନକୁ ବିରୋଧ କରି ପୁରସ୍କାର ଫେରାଇବାକୁ ଯାଉଥିବା ୩୦ଜଣ ଖେଳାଳିଙ୍କୁ ଅଟକାଇଲା ପୁଲିସ

Advertisment
କୃଷି ଆଇନକୁ ବିରୋଧ କରି ପୁରସ୍କାର ଫେରାଇବାକୁ ଯାଉଥିବା ୩୦ଜଣ ଖେଳାଳିଙ୍କୁ ଅଟକାଇଲା ପୁଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସରକାର ଓ କୃଷକଙ୍କ ମଧ୍ୟରେ ଏହାକୁ ନେଇ ଏଯାବତ ହୋଇଥିବା ଏକାଧିକ ବୈଠକରେ କୌଣସି ପ୍ରକାର ସମାଧାନର ରାସ୍ତା ବାହାରି ପାରିନାହିଁ।

publive-image

ଏହାକୁ କେନ୍ଦ୍ର କରି ଆସନ୍ତା ୮ ତାରିଖରେ କୃଷକ ନେତାମାନେ  ଭାରତ ବନ୍ଦ ଡାକରା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆଜି କୃଷି ଆଇନ ବିରୋଧରେ ୩୦ଜଣ ଖେଳାଳି ରାସ୍ତାକୁ ଓହ୍ଲାଇଛନ୍ତି। କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ କୃଷି ବିଲକୁ ଫେରାଇ ନେବା ଦାବି କରି ୩୦ଜଣ ଖେଳାଳି ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ଯାଉଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ସଂପୃକ୍ତ ଖେଳାଳିମାନଙ୍କୁ ଅଟକାଇ ଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ରେସଲର କରତାର ସିଂ କହିଛନ୍ତି ଯେ ଆମେ ୩୦ଜଣ ଖେଳାଳି ପଞ୍ଜାବରୁ ପୁରସ୍କାର ଫେରାଇବାକୁ ଚାହୁଁଛୁ।

ଏପଟେ ଆଜି କନ୍ନୌଜକୁ କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଉଥିବା ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅଟକ ରଖିଛି ପୁଲିସ। ପ୍ରଶାସନ ପକ୍ଷରୁ ପୂର୍ବରୁ ଲକ୍ଷ୍ନୌରେ ଥିବା ତାଙ୍କ ଘର ବାହାରେ ବ୍ୟାରିକେଡ କରାଯାଇଥିଲା। ତଥାପି କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ବାହାରିବା ପରେ ତାଙ୍କୁ ପୁଲିସ ଅଟକାଇବାରୁ ସେ ନିଜ ସମର୍ଥକଙ୍କ ସହ ନିଜ ଘର ବାହାରେ ଧାରଣାରେ ବସିଯାଇଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସେଠାରୁ ଉଠାଇ ନେବା ସହ ତାଙ୍କ ଗାଡିକୁ ଜବତ କରିଛି।

କିଛିଦିନ ତଳେ ହରିୟାଣାର ଜିନ୍ଦରେ ଥିବା ଖାପ ପଞ୍ଚାୟତ ବଡ଼ ନିଷ୍ପତ୍ତି ନେଇ କହିଥିଲା ଯେ, ଯଦି ଡିସେମ୍ବର ୩ ମଧ୍ୟରେ ସରକାର କୌଣସି ସର୍ତ୍ତ ନ ମାନନ୍ତି ତେବେ ସେମାନେ ଦିଲ୍ଲୀ ଯାଉଥିବା ଫଳ, କ୍ଷୀର ଏବଂ ପନିପରିବା ଯୋଗାଣ ବନ୍ଦ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe