ଦିଲ୍ଲୀ ରାଜନୀତି ସରଗରମ: ‘ଶୀଷ ମହଲ’କୁ ନେଇ ଆପ୍-ଏଲ୍‌ଜି ବିବାଦ ଜାରି

Advertisment

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ବିବାଦ ପୁଣି ତୀବ୍ର ହୋଇଛି। ଏହି ବାସଭବନକୁ ଦୁର୍ନୀତିର ଏକ ପ୍ରତୀକ ତଥା ‘ଶୀଷ ମହଲ’ ବୋଲି କହୁଥିବା ବିଜେପି ଆଜି ଆପ୍‌ ସୁପ୍ରିମୋ  ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛି।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ବିବାଦ ପୁଣି ତୀବ୍ର ହୋଇଛି। ଏହି ବାସଭବନକୁ ଦୁର୍ନୀତିର ଏକ ପ୍ରତୀକ ତଥା ‘ଶୀଷ ମହଲ’ ବୋଲି କହୁଥିବା ବିଜେପି ଆଜି ଆପ୍‌ ସୁପ୍ରିମୋ  ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛି।

gdgjdgdjgdjgj

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ବିବାଦ ପୁଣି ତୀବ୍ର ହୋଇଛି। ଏହି ବାସଭବନକୁ ଦୁର୍ନୀତିର ଏକ ପ୍ରତୀକ ତଥା ‘ଶୀଷ ମହଲ’ ବୋଲି କହୁଥିବା ବିଜେପି ଆଜି ଆପ୍‌ ସୁପ୍ରିମୋ  ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛି। ଦୁର୍ନୀତି ଲୁଚାଇବା ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ସିଭିଲ ଲାଇନ୍ସର ୬, ଫ୍ଲାଗଷ୍ଟାଫ୍ ରୋଡ୍‌ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ହସ୍ତାନ୍ତରରେ ବିଳମ୍ବ କରିଛି ବୋଲି କହି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଗୁରୁବାର ପୁଣି ଥରେ ଆପ୍ ଉପରେ ବର୍ଷିଛନ୍ତି। ସେ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଛାଡ଼ିବା ସତ୍ତ୍ୱେ ସରକାରୀ ବାସଭବନ ‘ଶୀଷ ମହଲ’ ଖାଲି କରିବାରେ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ବିଳମ୍ବ କରିଛନ୍ତି। ଦୁର୍ନୀତିକୁ ଲୁଚାଇବା ପାଇଁ ସେମାନେ ଏହାକୁ ଖାଲି କରିବାକୁ ଚାହୁ ନ ଥିଲେ ବୋଲି ସଚଦେବା କହିଛନ୍ତି। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉକ୍ତ ବାସଭବନକୁ ଯିବାର ଅଧିକାର ଅଛି, କିନ୍ତୁ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ। ବୁଧବାର ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଏହି ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେଇଛି।

ପିଡବ୍ଲ୍ୟୁଡି ଅଧିକାରୀଙ୍କ କହିବା ଅନୁସାରେ, ବିଭାଗର ସିଭିଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ଏକ ଟିମ୍ ଅପରାହ୍ଣ ପ୍ରାୟ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର କର୍ମଚାରୀଙ୍କଠାରୁ ବାସଭବନର ଚାବି ପାଇଥିଲେ। ଚାବି ହସ୍ତାନ୍ତର କରିବା ପୂର୍ବରୁ ସେମାନେ ସ୍ବେଚ୍ଛାକୃତ ଭାବରେ ଆତିଶୀଙ୍କ ଜିନିଷପତ୍ର ହଟାଇ ଦେଇଥିଲେ। ଆପ୍ ଏହି ଦାବିକୁ ଖଣ୍ଡନ କରି କହିଛି ଯେ ବିଜେପିର ନିର୍ଦ୍ଦେଶକ୍ରମେ (ଏଲ୍‌ଜି) ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାର ଯୋଜନା କରିଛନ୍ତି। ୨୭ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ଗୃହକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି। ଆତିଶୀଙ୍କ ଜିନିଷପତ୍ର ବଳପୂର୍ବକ ହଟାଇ ଦିଆଯାଇଛି ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆବଣ୍ଟନ ପାଇଁ ଉପରାଜ୍ୟପାଳ ପ୍ରସ୍ତୁତି ଚଳାଇଛନ୍ତି। ପିଡବ୍ଲ୍ୟୁଡିର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ବିଭାଗ ବଙ୍ଗଳାକୁ ନିଜ ଅକ୍ତିଆରକୁ ନେଇ ଏକ ନୂତନ ତାଲା ପକାଇଛି। ପ୍ରୋଟୋକଲ ଅନୁଯାୟୀ ସଫେଇ କାମ ଚାଲିଛି ଏବଂ ଗୃହ ଆବଣ୍ଟନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ବାସଭବନକୁ ଯିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା ଏବଂ ବିଜେପି ଯୁକ୍ତି ବାଢ଼ିଥିଲା ଯେ ପୁନଃ ଆବଣ୍ଟନ ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ପିଡବ୍ଲ୍ୟୁଡିକୁ ହସ୍ତାନ୍ତର କରାଯିବା ଦରକାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe