ପ୍ରାର୍ଥୀପତ୍ର ଦାଖଲ ପାଇଁ କଣ୍ଟ ସରି ଆସୁଥିବା ବେଳେ ୪୫ ନମ୍ବର ଟୋକନ ଧରି ଅପେକ୍ଷାରତ ଅଛନ୍ତି ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ

ପ୍ରାର୍ଥୀପତ୍ର ଦାଖଲ ପାଇଁ କଣ୍ଟ ସରି ଆସୁଥିବା ବେଳେ ୪୫ ନମ୍ବର ଟୋକନ ଧରି ଅପେକ୍ଷାରତ ଅଛନ୍ତି ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ

New Indian Express

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଏବଂ ପ୍ରର୍ଥୀପତ୍ର ଦାଖଲ ପାଇଁ ରହିଥିବା ସମୟ କଣ୍ଟ ପୂର୍ଣ୍ଣ ହେବାକୁ ହାତରେ ରହିଛି ଆଉ ମାତ୍ର ଅଳ୍ପ କେଇ ଘଣ୍ଟା। ଏ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ତାଙ୍କ ନିଜର ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ୪୫ ନମ୍ବର ଟୋକନ୍‌ ଧରି ଲାଇନ୍‌ରେ ଅପେକ୍ଷାରତ ଅଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ପାଇଁ କେଜ୍ରିଓ୍ଵାଲ ତାଙ୍କ ପରିବାର, ପିତାମାତାଙ୍କ ସମେତ ଦଳୀୟ ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଜାମ୍‌ନଗରଠାରେ ଥିବା ରିଟର୍ଣ୍ଣିଂ ଅଫିସର (ଆରଓ)ଙ୍କ କାର୍ଯ୍ୟାଳୟ ଠାରେ ଦିନ ୧୨ଟା ୩୦ ମିନିଟ ସମୟରେ ପହଞ୍ଚିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ତାଙ୍କୁ ମିଳିଥିଲା ୪୫ ନମ୍ବର ଟୋକନ।

publive-image News Nation

ଦିନ ୨ଟା ୩୬ରେ କେଜ୍ରିଓ୍ଵାଲ ଟୁଇଟ୍‌ କରି କହିଥିଲେ, ‘ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଅପେକ୍ଷା କରିଛି। ମୋ ଟୋକନ ନମ୍ବର ହେଉଛି ୪୫। ଏଠାରେ ଆହୁରି ବହୁ ଲୋକ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଅଛନ୍ତି। ଗଣତନ୍ତ୍ରରେ ଏତେ ଲୋକଙ୍କ ଅଂଶଗ୍ରହଣ ଦେଖି ମୁଁ ବହୁତ ଖୁସି।’

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ଗତକାଲି ଅର୍ଥାତ ସୋମବାର ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ, ଗତକାଲି ତାଙ୍କ ରୋଡ୍‌ ସୋ’ରେ ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ଏତେ ଭିଡ଼ ହେଲା ଯେ ସେ ଭିଡ଼ ଭିତରୁ ବାହାରି ପ୍ରାର୍ଥୀପତ୍ର ଦାଖଲ କରିବା କେଜ୍ରିଓ୍ଵାଲଙ୍କ ପକ୍ଷରେ ସମ୍ଭବପର ହୋଇପାରି ନଥିଲା।

publive-image NDTV

ନିଜ ବିଜୟ ନେଇ ଏବେ ଠାରୁ ସୁନିଶ୍ଚିତ ଥିବା କେଜ୍ରିଓ୍ଵାଲ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ ପାଇଁ ରିଟର୍ଣ୍ଣିଂ ଅଫିସର (ଆରଓ)ଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ପୂର୍ବରୁ ବାହାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ‘ଆଗାମୀ ୫ ବର୍ଷ ପାଇଁ ମୋର ଯାତ୍ରା ଆଜି ଏହିଠାରୁ ଆରମ୍ଭ ହୋବାକୁ ଯାଉଛି’...।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe