ଦିଲ୍ଲୀ ପ୍ରଦୂଷଣ: ମିଳିତ ବୈଠକ ପାଇଁ ଅନୁରୋଧ କଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ

Advertisment
ଦିଲ୍ଲୀ ପ୍ରଦୂଷଣ: ମିଳିତ ବୈଠକ ପାଇଁ ଅନୁରୋଧ କଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ

india tv news

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ମିଳିତ କାର୍ଯ୍ୟପନ୍ଥା ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ଏନ୍‌ସିଆର ରାଜ୍ୟମାନଙ୍କର ବୈଠକ ଡାକନ୍ତୁ ବୋଲି ଆପ୍‌ ନେତା ଗୋପାଳ ରାୟ ଅନୁରୋଧ କରିଛନ୍ତି। ସମସ୍ତ ଏନ୍‌ସିଆର ରାଜ୍ୟ (ହରିୟାଣା, ଉତ୍ତରପ୍ରଶେ, ରାଜସ୍ଥାନ)ମାନଙ୍କର ପରିବେଶ ମନ୍ତ୍ରୀଙ୍କ ସହ ମିଳିତ ବୈଠକ ଡାକିବାକୁ ଗୋପାଳ ରାୟ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଅନୁରୋଧ କରିଛନ୍ତି।

ଆଇଆଇଟିଏମ୍‌ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରପିକାଲ ମ୍ୟାନେଜମେଣ୍ଟ)ର ଏକ ଅଧ୍ୟୟନ ରିପୋର୍ଟକୁ ଦର୍ଶାଇ ଦିଲ୍ଲୀ ପରିବେଶ ମନ୍ତ୍ରୀ କହିଛନ୍ତି, ଅକ୍ଟୋବର ୨୪ରୁ ନଭେମ୍ବର ୮ ମଧ୍ୟରେ ଦିଲ୍ଲୀ ବାୟୁ ପ୍ରଦୂଷଣର ୬୯ ପ୍ରତିଶତ ବାହ୍ୟ ଉତ୍ସରୁ ଆସିଛି। ଦିଲ୍ଲୀ ଲୋକ ୭୦ ପ୍ରତିଶତ ବାହ୍ୟ ପ୍ରଦୂଷଣକୁ କମାଇ ପାରିବେନି। ତେଣୁ ଏନ୍‌ସିଆର ରାଜ୍ୟର ମନ୍ତ୍ରୀମାନଙ୍କର ଏକ ମିଳିତ ବୈଠକ ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe