ଧୂମପାନଠାରୁ ଅଧିକ ବିପଜ୍ଜନକ ଦିଲ୍ଲୀ ପ୍ରଦୂଷଣ: ଡାକ୍ତର ଗୁଲେରିଆ

Advertisment
ଧୂମପାନଠାରୁ ଅଧିକ ବିପଜ୍ଜନକ ଦିଲ୍ଲୀ ପ୍ରଦୂଷଣ: ଡାକ୍ତର ଗୁଲେରିଆ

India Today

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଇତିମଧ୍ୟରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ବାୟୁ ପ୍ରଦୂଷଣକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ଡାକ୍ତର ଗୁଲେରିଆ କହିଛନ୍ତି, ଦିଲ୍ଲୀ ଏବଂ ଏନ୍‌ସିଆରର୍‌ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକାଉଛି। ଧୂମପାନ ଅପେକ୍ଷା ବାୟୁ ପ୍ରଦୂଷଣ ଲୋକଙ୍କ ପ୍ରମୁଖ ଅଙ୍ଗକୁ ଅତି ସାଂଘାତିକ ଭାବେ ପ୍ରଭାବିତ କରୁଛି। ପ୍ରଦୂଷଣ ଅଧିକ ଶାରୀରିକ ଅକ୍ଷମତା ସୃଷ୍ଟି କରୁଛି।

ଗ‌ୁଲେରିଆ କହିଛନ୍ତି, ଆମେ ସବୁବେଳେ ତମାଖୁ ସେବନ ଦ୍ବାରା ଉପୁଜୁଥିବା ସ୍ବାସ୍ଥ୍ୟ ସଙ୍କଟ ନେଇ ଚର୍ଚ୍ଚା କରିଥାଉ। କିନ୍ତୁ ବାସ୍ତବରେ ତମାଖୁ ଅପେକ୍ଷା ପ୍ରଦୂଷଣ ଏବେ ଏକ ବଡ଼ ସଙ୍କଟ ହୋଇଯାଇଛି। ଧୂମପାନ ତୁଳନାରେ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି । ଡାକ୍ତର ଗୁଲେରିଆ କହିଛନ୍ତି, ଦୁର୍ଭାଗ୍ୟବଶତଃ ଦିଲ୍ଲୀରେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଛି। ପ୍ରତିବର୍ଷ ଏହା ଦେଖିବାକୁ ମିଳୁଛି। ତେବେ ସବୁଠୁ ଚିନ୍ତା‌ଜନକ ହେଉଛି ଖରାପ ବାୟୁ ସ୍ବାସ୍ଥ୍ୟ ଉପରେ ଅତି ଭୟଙ୍କର ପ୍ରଭାବ ପକାଉଛି। ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୦ ଲକ୍ଷ ୨୪ ହଜାରରୁ ଅଧିକ ଲୋକଙ୍କ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe