Nitin Gadkari On Delhi's Pollution Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି। ଦିଲ୍ଲୀର ବାୟୁ ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଗଲାଣି। ଏମଧ୍ୟରେ ଦିଲ୍ଲୀରେ ୩ଦିନ ରହିଲେ ଆଲର୍ଜି ହୋଇଯାଉଛି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ଏକ କାର୍ଯ୍ୟକ୍ରମରେ ସେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ପ୍ରସଙ୍ଗ ଉଠାଇବା ବେଳେ ଏଭଳି କହିଥିଲେ।
ଆମେ ବି ଦାୟୀ: ନୀତୀନ
ସେ କହିଥିଲେ, "ମୁଁ ଏଠାରେ ତିନି ଦିନ ପାଇଁ ରହୁଛି ଏବଂ ସହରର ପ୍ରଦୂଷଣ ପାଇଁ ୩ଦିନରେ ହିଁ ମୋର ଆଲର୍ଜି ହୋଇଯାଉଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବଢ଼ିଥିବା ପ୍ରଦୂଷଣ ପାଇଁ ପରିବହନର ୪୦ପ୍ରତିଶତ ଅବଦାନ ରହିଛି। ମୁଁ ପରିବହନ ମନ୍ତ୍ରୀ, ଏବଂ ୪୦ ପ୍ରତିଶତ ପ୍ରଦୂଷଣ ପରିବହନ ଦ୍ୱାରା ହୁଏ।" ଏଭଳି କହି ଗଡକରୀ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରଦୂଷଣକୁ ଯଥେଷ୍ଟ ହ୍ରାସ କରିପାରୁଥିବା ବିକଳ୍ପ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
"ଏହା କି ପ୍ରକାରର ରାଷ୍ଟ୍ରବାଦ?"
ଗଡକରୀ ପଚାରିଥିଲେ ଯେ, "ଏହା କି ପ୍ରକାରର ରାଷ୍ଟ୍ରବାଦ? ଜୀବାଶ୍ମ ଇନ୍ଧନ ସୀମିତ, ଏବଂ ପ୍ରଦୂଷଣ ବଢ଼ୁଛି। ଆମେ କ'ଣ ଆମର ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିପାରିବା ନାହିଁ? ଭାରତ ବାର୍ଷିକ ପ୍ରାୟ ୨.୨ ନିୟୁତ ଟଙ୍କା ଜୀବାଶ୍ମ ଇନ୍ଧନ ପାଇଁ ଖର୍ଚ୍ଚ କରେ। ଆମେ କାହିଁକି ବୈଦ୍ୟୁତିକ ଯାନବାହନ ଏବଂ ହାଇଡ୍ରୋଜେନ ଚାଳିତ ଯାନବାହନକୁ ପ୍ରୋତ୍ସାହିତ କରୁ ନାହେଁ, ଯାହାଦ୍ବାରା ପ୍ରଦୂଷଣ ହୁଏ ନାହିଁ।"
ଫ୍ଲେକ୍ସ-ଫୁଏଲ ଯାନଗୁଡ଼ିକ କ’ଣ?
କେନ୍ଦ୍ରମନ୍ତ୍ରୀ ପରିବେଶ ଅନୁକୂଳ ଫ୍ଲେକ୍ସ-ଫୁଏଲ ଯାନଗୁଡ଼ିକ ବିଷୟରେ ମଧ୍ୟ କହିଥିଲେ, ଯାହା ସମ୍ପୂର୍ଣ୍ଣ ଭାବରେ ଇଥାନଲରେ ଚାଲିଥାଏ। ପ୍ରଦୂଷଣ ହ୍ରାସ କରିବା ଓ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଫ୍ଲେକ୍ସ-ଫୁଏଲ ଗାଡ଼ି ବ୍ୟବହାର କରାଯାଇପାରିବ। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ ନୀତୀନ ଏଭଳି ମତ ରଖିଛନ୍ତି।
ଆହୁରି ପଢ଼ନ୍ତୁ: Amroha Student Death: ମାତ୍ରାଧିକ ଫାଷ୍ଟଫୁଡ୍ ଖାଉଥିଲେ ଛାତ୍ରୀ, ଚିକିତ୍ସା ପରେ ବି ବଞ୍ଚିପାରିଲାନି ଜୀବନ
Follow Us