ବିମାନରେ ବୋମା ଅଛି ବୋଲି ଫୋନ୍‌ କଲ୍‌ ମିଳିବା ପରେ ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ରେ ହେଲା ସର୍ଚ୍ଚ ଅପରେସନ୍‌

Advertisment
ବିମାନରେ ବୋମା ଅଛି ବୋଲି ଫୋନ୍‌ କଲ୍‌ ମିଳିବା ପରେ ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ରେ ହେଲା ସର୍ଚ୍ଚ ଅପରେସନ୍‌

ନୂଆଦିଲ୍ଲୀ: ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ ବିମାନରେ ବୋମା ଥିବା ନେଇ କେହି ଅଜ୍ଞାତ ବ୍ୟକ୍ତି ଏକ ଫୋନ୍‌ କଲ୍‌ କରି ଦାବି କରିବା ପରେ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ କରିବାକୁ ଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ସର୍ଚ୍ଚ ଅପରେସନ କରାଯାଉଛି। ଆଜି (ଗୁରୁବାର) ସନ୍ଧ୍ୟା ୬.୩୦ରେ ବିମାନଟି ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରୁ ଉଡ଼ାଣ କରିବାର ଥିଲା।

ବିମାନରେ ବୋମା ଧମକ ସମ୍ପର୍କରେ କଲ ପାଇବା ପରେ ବିମାନ ସେବା ଅଧିକାରୀମାନେ ବୋର୍ଡିଂ ବନ୍ଦ କରି ବୋମା ସ୍କ୍ବାଡକୁ ଡାକିଥିଲେ। ଖବର ମୁତାବକ ବର୍ତ୍ତମାନ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ବିମାନରେ ସର୍ଚ୍ଚ ଅପରେସନ୍‌ ଚାଲିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଆମକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଦିଲ୍ଲୀ-ପୁଣେ ସ୍ପାଇସ୍‌ ଜେଟ୍‌ ବିମାନରେ ବୋମା ଅଛି ।

ଅଧିକାରୀ ଜଣଙ୍କ କହିଛନ୍ତି ବର୍ତ୍ତମାନ ବିମାନର ଯାଞ୍ଚ କରାଯାଉଛି କିନ୍ତୁ ‌‌ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । ସୂଚନା ମୁତାବକ ବର୍ତ୍ତମାନ କଲ୍‌ କରିଥିବା ବ୍ୟକ୍ତିଙ୍କ ତଥ୍ୟ ଖୋଜା ଯାଉଛି ଏବଂ କଲ୍‌ଟି ଫେକ୍‌ କଲ୍‌ କି ନୁହେଁ ତାର ଯାଞ୍ଚ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe