ବାଇକ ଯୋଗେ ଝିଅକୁ ଧରି ଯାଉଥିବା ବେଳେ ଉପୁଡ଼ି ପଡ଼ିଲା ଗଛ; ଘଟଣାସ୍ଥଳରେ ଉଡ଼ିଗଲା ବାପାଙ୍କ ପ୍ରାଣବାୟୁ

କାହାର ମୃତ୍ୟୁ କେଉଁଠି ଓ କେତେବେଳେ ଲେଖାହୋଇଛି ତାହା ସେହି ବିଧାତାଙ୍କୁ ଜଣା। ପ୍ରତିଦିନ ଯେଉଁ ରାସ୍ତା ଦେଇ ଯିବାଆସିବା କରୁଥିଲେ ସେହି ରାସ୍ତାରେ ଗଛ ଉପୁଡ଼ି ପଡ଼ି ଚାପି ଦେବାରୁ ଗଲା ସୁଧୀର କୁମାରଙ୍କ ଜୀବନ।

New Project (15)

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସକାଳଠାରୁ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ହୋଇପଡ଼ିଛି।

ପ୍ରବଳ ବର୍ଷା ହେତୁ କାଲକାଜି ଅଞ୍ଚଳରେ ଏକ ବିରାଟ ଗଛ ଉପୁଡ଼ି ଜଣେ ବାଇକ ଆରୋହୀଙ୍କ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୫୦ବର୍ଷ ନାମ ସୁଧୀର କୁମାର ବୋଲି ଚିହ୍ନଟ ହୋଇଛି।


କାହାର ମୃତ୍ୟୁ କେଉଁଠି ଓ କେତେବେଳେ ଲେଖାହୋଇଛି ତାହା ସେହି ବିଧାତାଙ୍କୁ ଜଣା। ଏଇ ଦେଖୁନାହାନ୍ତି ପ୍ରତିଦିନ ଯେଉଁ ରାସ୍ତା ଦେଇ ଯିବା ଆସିବା କରୁଥିଲେ ସେହି ରାସ୍ତାରେ ଏକ ଗଛ ଉପୁଡ଼ି ସୁଧୀର କୁମାର ଓ ତାଙ୍କ ଝିଅ ଉପରେ ପଡ଼ି ଯାଇଥିଲା। ଦୁର୍ଘଟଣାପରେ ସ୍ଥାନୀୟଲୋକେ ପୁଲିସ ଓ ଉଦ୍ଧାରକାରୀ ଦଳଙ୍କb ଖବର ଦେଇ ବାପ ଓ ଝିଅଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପାଇଁ ଅନେକ ଉଦ୍ୟମ କରିଥିଲେ କିନ୍ତୁ ଅସଫଳ ରହିଥିଲେ।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ବାପା ଓ ଝିଅଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। 
ଦୁଃଖର ବିଷୟ ଡାକ୍ତର ସୁଧୀରଙ୍କୁ ମୃତ ଘୋଷଣା କରିଥିବା ବେଳେ ଝିଅ ଅବସ୍ଥା ଗୁରୁତର ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe