ଦିଲ୍ଲୀର ଲୋକପ୍ରିୟ ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ

ରାଜୌରି ଗାର୍ଡେନ ମେଟ୍ରୋ ଷ୍ଟେସନର ଠିକ ସାମ୍ନାରେ ଥିବା ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ। ୨ଟା ୧୪ ମିନିଟରେ ଲାଗିଥିବା ଏହି ନିଆଁ‌ରେ ଆଖିପିଛୁଳାକେ ଜଳି ପାଉଁଶ ହୋଇଗଲା ରେସ୍ତୋରାଁ।

ଅଦ୍ୟତନ ହୋଇଛି
ପଦନ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରି ଗାର୍ଡନର ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକାଳ ବିଭାଗର ୧୦ଟି ଗାଡ଼ି ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରେ ଆସି ପହଞ୍ଚିଯାଇ ନିଆଁ ଲିଭା କାମରେ ଲାଗିପଡ଼ିଛି। 

ରାଜୌରି ଗାର୍ଡେନ ମେଟ୍ରୋ ଷ୍ଟେସନର ଠିକ ସାମ୍ନାରେ ଜଙ୍ଗଲ ଜମ୍ବୁରି ରେସ୍ତୋରାଁ ଅବସ୍ଥିତ। ଏହି ରେସ୍ତୋରାଁରେ ନିଆଁ ସୋମବାର  ୨ଟା ୧୪ ମିନିଟରେ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି।  ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା କି ଆଖିପିଛୁଳାକେ ରେସ୍ତୋରାଁ ଜଳି ପାଉଁଶ ହୋଇଯାଇଛି।

ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ରାଜୌରି ଗାର୍ଡେନ ମେଟ୍ରୋ ଷ୍ଟେସନ ପାଖରେ ଥିବା ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ନିଆଁ ଲାଗିବା ଖବର ମିଳିବା ମାତ୍ରେ ଦଶଟି ଦମକଳ ଗାଡ଼ି ସମେତ ଦମକଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୂ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। 

ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏଦିଗ‌ରେ ଯାଞ୍ଚ ଚାଲିଛି। ରୋସ୍ତୋରାଁରେ  ଲାଗିଥିବା ନିଆଁ ହେତୁ ଆଖପାଖରେ ଥିବା ଦୋକାନରେ କଳାଧୁଆଁ ଭରି ଯାଇଛି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି। ଲୋକମାନଙ୍କୁ ଭୟଭୀତ ନହେବାପାଇଁ ସୂଚାଇ ଦିଆଯାଇଛି। ସୌଭାଗ୍ୟବଶତଃ ରେସ୍ତୋରାଁରେ ଲାଗିଥିବା ନିଆଁ‌ କାରଣରୁ କାହାରିକୁ କିଛି କ୍ଷତି ପହଞ୍ଚି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe